ETV Bharat / sports

ଡ୍ରିଙ୍କ ଏଣ୍ଡ ଡ୍ରାଇଭ ମାମଲା: ଶ୍ରୀଲଙ୍କା ଅଧିନାୟକ କରୁଣାରତ୍ନେ ଗିରଫ

author img

By

Published : Apr 2, 2019, 5:42 PM IST

ମଦ୍ୟପାନ କରି ଗାଡ଼ି ଚାଳନା ଅଭିଯୋଗରେ ଦିମୁଥ କରୁଣାରତ୍ନେ ଗିରଫ ହୋଇଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କଲମ୍ବୋ: ମଦ୍ୟ ପାନ କରି ଗାଡ଼ି ଚଳାଇବାଅଭିଯୋଗରେ ଶ୍ରୀଲଙ୍କା ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ଦିମୁଥ କରୁଣାରତ୍ନେ ଗିରଫ ହୋଇଛନ୍ତି। ଏ ନେଇ ରବିବାର କଲମ୍ବୋ ପୋଲିସ ସୂଚନା ଦେଇଛି ।

କରୁଣାରତ୍ନେ ରବିବାର ସକାଳେ ମଦ୍ୟପାନ କରି ଗାଡ଼ି ଚଳାଇବା ସହ ଏକ ୩ ଚକିଆ ଗାଡ଼ିକୁ ଧକ୍କା ଦେଇଥିଲେ । ଫଳରେ ଧକ୍କା ଖାଇଥିବା ଗାଡ଼ିର ଡ୍ରାଇଭର ଆହତହୋଇଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି । ତେବେ କରୁଣାରତ୍ନେଙ୍କୁ ଜାମିନ ମିଳିଯାଇଥିବା ବେଳେ ସେ ସୋମବାର କୋର୍ଟରେ ହାଜର ହେବେ ବୋଲି ମଧ୍ୟ ସୂଚନା ମିଳିଛି ।

ତେବେ ଗତମାସରେ ଦକ୍ଷିଣ ଆପ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଚମତ୍କାର ବିଜୟ ହାସଲ କରିଥିଲା କରୁଣାରତ୍ନେଙ୍କଦଳ । ତେଣୁ ମେ 30ରୁ ଆରମ୍ଭ ହେବାକୁ ଥିବା ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପାଇଁ ସେ ଦଳକୁ ପ୍ରତିନିଧିତ୍ବ କରି ପାରନ୍ତି । ତେଣୁ ତାଙ୍କ ବିପକ୍ଷରେ ଏହି ମାମଲା ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତଦନ୍ତ ଆରମ୍ଭ କରିବା ବୋଲି ସୂଚନା ଦେଇଛି । ବୋର୍ଡ କହିଛି ତଦନ୍ତ ପରେ ଯଦି ସେ ଦୋଷି ସାବ୍ୟସ୍ତ ହୁଅନ୍ତି, ତାଙ୍କ ବିରୋଧରେ ନିୟମ ଅନୁସାରେକାର୍ଯ୍ୟାନୁଷ୍ଠାନ ନିଆଯିବ ।

Intro:Body:

gfWDFF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.