ଚେନ୍ନାଇ: ଆଇପିଏଲର 14ତମ ସଂସ୍କରଣର 3ୟ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ସନ ରାଇଜର ହାଇଦ୍ରାବାଦ ।
ଆଉ କିଛି ସମୟ ପରେ ମଇଦାନକୁ ଓହ୍ଲାଇବ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ସନ୍ ରାଇଜର ହାଇଦ୍ରାବାଦ(ଏସଆରଏଚ) । ତେବେ ଆଇପିଏଲର ଏହି ସଂସ୍କରଣରେ ପ୍ରଥମକରି ସାମ୍ନାସାମ୍ନି ହେବେ KKR ଏବଂ SRH । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ୍ । ତେବେ ଉଭୟ ଦଳ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ