ଆବୁଧାବି: ଚଳିତ ସଂସ୍କରଣର 35ତମ ମ୍ୟାଚରେ କେକେଆର ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ଫିଲ୍ଡିଂର ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚରେ କେକେଆର ପକ୍ଷରୁ ନେତୃତ୍ବ ନେଉଛନ୍ତି ଇଏନ୍ ମୋର୍ଗାନ୍ ।
-
Let's play 🤜🤛#Dream11IPL pic.twitter.com/3HjVkhYgoM
— IndianPremierLeague (@IPL) October 18, 2020 " class="align-text-top noRightClick twitterSection" data="
">Let's play 🤜🤛#Dream11IPL pic.twitter.com/3HjVkhYgoM
— IndianPremierLeague (@IPL) October 18, 2020Let's play 🤜🤛#Dream11IPL pic.twitter.com/3HjVkhYgoM
— IndianPremierLeague (@IPL) October 18, 2020
ତେବେ କେକେଆର ପ୍ରଥମେ ବ୍ୟାଟି କରି ନିର୍ଦ୍ଧାରିତ ଓଭରରେ 5 ଓ୍ବିକେଟ ବିନିମୟରେ 163 ରନ କରିଛି ।
-
Innings Break!
— IndianPremierLeague (@IPL) October 18, 2020 " class="align-text-top noRightClick twitterSection" data="
A 58-run partnership at the back end of the innings between DK and Morgan propel #KKR to a total of 163/5.
Live - https://t.co/OX1V4mtyV3 #Dream11IPL pic.twitter.com/Ulbg7Z3rcz
">Innings Break!
— IndianPremierLeague (@IPL) October 18, 2020
A 58-run partnership at the back end of the innings between DK and Morgan propel #KKR to a total of 163/5.
Live - https://t.co/OX1V4mtyV3 #Dream11IPL pic.twitter.com/Ulbg7Z3rczInnings Break!
— IndianPremierLeague (@IPL) October 18, 2020
A 58-run partnership at the back end of the innings between DK and Morgan propel #KKR to a total of 163/5.
Live - https://t.co/OX1V4mtyV3 #Dream11IPL pic.twitter.com/Ulbg7Z3rcz
ଏହି ମ୍ୟାଚରେ ହାଇଦ୍ରାବାଦ ସାମ୍ନାରେ 164ରନ୍ର ବିଜୟଲକ୍ଷ୍ୟ ଦେଇଛି କୋଲକାତା । ତେବେ କେକେଆର ଦଳ ପକ୍ଷରୁ ସର୍ବାଧିକ 36ରନ ସଂଗ୍ରହ କରିଛନ୍ତି ଶୁଭମାନ ଗିଲ । ଓପନର ରାହୁଲ ତ୍ରିପାଠୀ ଓ ଶୁଭମାନ ଗିଲ 48ରନର ପାର୍ଟନରସିପ ଇଂନିସ ଖେଳିଥିଲେ । ରାହୁଲ 23ରନରେ ଆଉଟ ହେବାପରେ ଶୁଭମାନ ଗିଲ 36ରନ୍ କରି ଆଉଟ ହୋଇଥିଲେ । ଏହାପରେ 12.1 ଓଭରରେ ନୀତୀଶ ରାଣା 29ରନ୍(20ବଲ୍) କରି ପାଭାଲିୟନକୁ ଫେରିଥିଲେ । ରସେଲ ମାତ୍ର 9 ରନ କରି କ୍ୟାଚ ଆଉଟ ହୋଇଯାଇଥିଲେ । ଅଧିନାୟକ ମୋର୍ଗାନ୍ 23ବଲରେ 34ରନ୍ କରିଥିବାବେଳେ ଦିନେଶ କାର୍ତ୍ତିକ 14ବଲ୍ରେ 29ରନ୍ ସଂଗ୍ରହ କରିଛନ୍ତି ।
ତେବେ ବିପକ୍ଷ ଦଳ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ୍ 2ଟି, ବେସିଲ ଥାମ୍ପି, ବିଜୟ ଶଙ୍କର ଓ ରସିଦ ଖାନ ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି ।
କୋଲକାତା ନାଇଟ୍ ରାଇଡର୍ସ ଚୁଡାନ୍ତ ଏକାଦଶ : ଇଏନ୍ ମୋର୍ଗାନ୍ (ଅଧିନାୟକ), ଦିନେଶ କାର୍ତ୍ତିକ (ୱିକେଟକିପର), ରାହୁଲ ତ୍ରିପାଠୀ,ଶୁଭମାନ ଗିଲ, ନୀତୀଶ ରାଣା, ଆଣ୍ଡ୍ରେ ରସେଲ,ପାଟ୍ କମିନ୍ସ,ଶିବମ୍ ମାଭି,କୁଲଦୀପ ଯାଦବ, ଲକି ଫର୍ଗୁସନ୍,ବରୁଣ ଚକ୍ରବର୍ତ୍ତୀ
ସନରାଇଜର୍ସ ହାଇଦ୍ରାବାଦ ଚୁଡାନ୍ତ ଏକାଦଶ: ଡେଭିଡ ୱାର୍ଣ୍ଣର (କ୍ୟାପଟେନ), ଜନି ବେୟାରଷ୍ଟୋ (ଓ୍ବିକେଟକିପର), ମନୀଷ ପାଣ୍ଡେ, କେନ ୱିଲିୟମସନ, ପ୍ରିୟମ ଗର୍ଗ, ବିଜୟ ଶଙ୍କର, ଅବଦୁଲ ସମାଦ,ରସିଦ ଖାନ, ସନ୍ଦୀପ ଶର୍ମା, ଟି ନଟରାଜନ୍, ବେସିଲ ଥାମ୍ପି