ETV Bharat / sports

ଆଇପିଏଲ ସମର: ଆଜିଠୁ 2ୟ ପର୍ଯ୍ୟାୟ, ସନରାଇଜର୍ସ ବିପକ୍ଷରେ ଚେନ୍ନାଇ ପାଇଁ ‘କର ବା ମର’ ସ୍ଥିତି - ଚେନ୍ନାଇ ବନାମ ହାଇଦ୍ରାବାଦ

ଆଜି ଲିଗ୍‌ର 29ତମ ମ୍ୟାଚ ଦୁବାଇ ଗ୍ରାଉଣ୍ଡରେ ଖେଳାଯିବ । ଏହି ମୁକାବିଲାରେ ଓ୍ବାର୍ଣ୍ଣରଙ୍କ ହାଇଦ୍ରାବାଦ - ଧୋନିଙ୍କ ଚେନ୍ନାଇ ମଧ୍ୟରେ ଫାଇଟ ଦେଖିବାକୁ ମିଳିବ । ଲିଗ୍‌ରେ 2ୟଥର ପାଇଁ ଉଭୟ ଦଳ ମୁହାଁମୁହିଁ ହେବେ । ଅକ୍ଟୋବର 2 ତାରିଖରେ ଏହି ଦୁବାଇ ଗ୍ରାଉଣ୍ଡରେ ହିଁ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇକୁ 7ରନ୍‌ରେ ମାତ୍‌ ଦେଇଥିଲା ।

ଆଜି ଠୁ 2ୟ ପର୍ଯ୍ୟାୟ : ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଗ୍ରାଉଣ୍ଡକୁ ଓହ୍ଲାଇବ ସିଏସକେ

author img

By

Published : Oct 13, 2020, 2:36 PM IST

Updated : Oct 13, 2020, 7:12 PM IST

ଦୁବାଇ: ଆଜି ଲିଗ୍‌ର 29ତମ ମ୍ୟାଚ ଦୁବାଇ ଗ୍ରାଉଣ୍ଡରେ ଖେଳାଯିବ । ଏହି ମୁକାବିଲାରେ ଓ୍ବାର୍ଣ୍ଣରଙ୍କ ହାଇଦ୍ରାବାଦ - ଧୋନିଙ୍କ ଚେନ୍ନାଇ ମଧ୍ୟରେ ଫାଇଟ ଦେଖିବାକୁ ମିଳିବ । ଲିଗ୍‌ରେ 2ୟଥର ପାଇଁ ଉଭୟ ଦଳ ମୁହାଁମୁହିଁ ହେବେ । ଅକ୍ଟୋବର 2 ତାରିଖରେ ଏହି ଦୁବାଇ ଗ୍ରାଉଣ୍ଡରେ ହିଁ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇକୁ 7ରନ୍‌ରେ ମାତ୍‌ ଦେଇଥିଲା । ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଆଜି ଗ୍ରାଉଣ୍ଡକୁ ଓହ୍ଲାଇବ ଚେନ୍ନାଇ ସୁପର କିଙ୍ଗ୍ସ ।

ଆଇପିଏଲ ସମର

ପଏଣ୍ଟ ଟେବୁଲକୁ ଦେଖିଲେ ହାଇଦ୍ରାବାଦ 6ପଏଣ୍ଟ ସହ 5ମ ସ୍ଥାନରେ ରହିଛି । ସେହିପରି ଚେନ୍ନାଇ 4ଅଙ୍କ ସହ 7ମ ସ୍ଥାନରେ ରହିଛି ।

srh-vs-csk-struggling-chennai-to-take-on-out-of-form-hyderabad
ହାଇଦ୍ରାବାଦ ବନାମ ଚେନ୍ନାଇ

ଚେନ୍ନାଇ ଗତ ମ୍ୟାଚର ପରାଜୟ ପାଇଁ ଖରାପ ବ୍ୟାଟିଂକୁ ଦାୟୀ କରିଥିଲେ । ଆଉ କହିଥିଲେ ବ୍ୟାଟିଂ ବିଭାଗରେ ସୁଧାର ଆଣିବାକୁ ପଡିବ । ଆଜିର ମ୍ୟାଚରେ ଜଣାପଡିବ ଟିମରେ କ'ଣ ସୁଧାର ଆସିଛି । ଦେଖିବାକୁ ଗଲେ ସେନ ଓ୍ବାଟସନ ଓ ଫାଫ ଡୁ ପ୍ଲେସିସ୍‌ଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଫର୍ମରେ ନାହାଁନ୍ତି । ଅମ୍ବାତି ରାୟୁଡୁ ଟିମକୁ ଫେରିବାପରେ କିଛି ଖାସ ପ୍ରଦର୍ଶନ କରି ନାହାଁନ୍ତି । ପୂର୍ବ ମ୍ୟାଚରେ କେଦାର ଯାଦବଙ୍କ ସ୍ଥାନର୍ ଏନ ଜଗଦିଶନଙ୍କୁ ସୁଯୋଗ ମିଳିଥିଲା ଓ ସେ ଲୟରେ ରହି ବ୍ୟାଟିଂ କରିଥିଲେ । ଧୋନି, ଜାଡେଜା ଓ ବ୍ରାଭୋ ଟିମର ଆବଶ୍ୟକତା ଅନୁସାରେ ବ୍ୟାଟିଂ କରି ପାରି ନଥିଲେ । ଫଳରେ ଟିମକୁ ଚଳିତଲିଗ୍‌ରେ 5ଟି ପରାଜୟର ସାମ୍ନା କରିବାକୁ ପଡିଛି ।

ବୋଲିଂ ବିଭାଗରେ ଟିମ ଭଲ ପ୍ରଦର୍ଶନ କରୁଛି । ଶ୍ରାଦ୍ଦୁଳ ଠାକୁର, ଦୀପକ ଚହର, ସାମ କରନ ଭଲ ଫର୍ମରେ ରହିଛନ୍ତି । ସ୍ପିନିଂ ବିଭାଗରେ ଜାଡେଡା ଓ କର୍ଣ୍ଣ ଶର୍ମାଙ୍କ ଉପରେ ଟିମ ନର୍ଭର ।

ଚେନ୍ନାଇକୁ ହାଇଦ୍ରାବାଦ ବିପକ୍ଷରେ ନିଜର ବ୍ୟାଟିଂ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ । କାରଣ ହାଇଦ୍ରାବାଦର ବୋଲରମାନେ ଫର୍ମ ଭଲ ରହିଛନ୍ତି । ଟି, ନଟରାଜନ, ସନ୍ଦୀପ ଶର୍ମା ଓ ସ୍ପିନର ରଶିଦ ଖାନ ଭଲ ପ୍ରଦର୍ଶନ କରୁଛନ୍ତି । ବ୍ୟାଟିଂ ବିଭାଗରେ ବେୟରଷ୍ଟୋ ଓ ଡେଭିଡ ଓ୍ବାର୍ଣ୍ଣର ଭଲ ଫର୍ମରେ ରହିଛନ୍ତି । ମନିଷ ପାଣ୍ଡେ ଓ କେନ ଓ୍ବିଲିୟମସନ୍‌ଙ୍କ ପରି ବ୍ୟାଟ୍ସମ୍ୟାନ ଟିମରେ ସାମିଲ ଅଛନ୍ତି । ହାଇଦ୍ରାବାଦର ପ୍ରୟାସ ରହିବ ଯେ ଏହି 4 ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେହି ଜଣେ ଖେଳର ଅନ୍ତିମ ଓଭର ଯାଏଁ କ୍ରିଜରେ ରହି ଦଳକୁ ଭଲ ସ୍କୋର ଦେବାରେ ସହାୟକ ହେବ ।

Last Updated : Oct 13, 2020, 7:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.