ETV Bharat / sports

IPL ନିଲାମ: ପଞ୍ଜୀକରଣ କଲେ ଶ୍ରୀସନ୍ଥ, ଓହରିଲେ ଷ୍ଟାର୍କ-ରୁଟ୍‌

author img

By

Published : Feb 5, 2021, 10:42 PM IST

2021 ସଂସ୍କରଣର ଆଇପିଏଲରୁ ଓହରିଲେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ଇଂଲଣ୍ଡର ଟେଷ୍ଟ କ୍ୟାପଟେନ ଜୋ ରୁଟ । ଅଧିକ ପଢନ୍ତୁ...

Sreesanth registers for IPL 2021 Player Auction; Starc and Root opt out
IPL ନିଲାମ: ପଞ୍ଜୀକରଣ କଲେ ଶ୍ରୀସାନ୍ତ, ଓହରିଲେ ଷ୍ଟାର୍କ-ରୁଟ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ଇଂଲଣ୍ଡର ଟେଷ୍ଟ କ୍ୟାପଟେନ ଜୋ ରୁଟ 2021 ସଂସ୍କରଣର ଆଇପିଏଲରୁ ଓହରି ଯାଇଛନ୍ତି । ଫେବ୍ରୁଆରୀ 18ରେ ହେବାକୁ ଥିବା ନିଲାମ ପ୍ରକ୍ରିୟା ପାଇଁ ପଞ୍ଜୀକରଣ ତାଲିକା ସ୍ପଷ୍ଟ ହେବାପରେ ଏହା ଜଣାପଡିଛି ।

ଭାରତୀୟ ଦ୍ରୁତ ବୋଲର ଏସ ଶ୍ରୀସନ୍ଥ ଓ ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ନିଲାମ ପାଇଁ ନାମ ପଞ୍ଜୀକରଣ କରିଛନ୍ତି ।

ଆଇପିଏଲ ଖେଳାଳି ପଞ୍ଜୀକରଣ ଗୁରୁବାର ଶେଷ ହୋଇଛି । ଏହାପରେ 1097 ଖେଳାଳି ଆଇପିଏଲ 2021 ଖେଳାଳି ନିଲାମ ପାଇଁ ପଞ୍ଜୀକରଣ କରିଥିବା ଜଣାପଡିଛି । ଏଥିରେ 814 ଜଣ ଭାରତୀୟ 283 ଜଣ ବିଦେଶୀ ଖେଳାଳି ରହିଛନ୍ତି । ଫେବ୍ରୁଆରୀ 18ରେ ଚେନ୍ନାଇରେ ଏହି ମେଗା ନିଲାମ କାର୍ଯ୍ୟକ୍ରମ ଆୟୋଜିତ ହେବ ।

11ଜଣ ଖେଳାଳି ନିଜର ମୂଳଦାମ(ବେସ୍‌ପ୍ରାଇସ) 2 କୋଟି ଟଙ୍କା ରଖିଛନ୍ତି । ଏହି ତାଲିକାରେ ସାକିବ ଅଲ ହାସନ, କେଦାର ଯାଦବ, ହରଭଜନ ସିଂହ, ଗ୍ଳେନ ମାକ୍ସୱେଲ, ଷ୍ଟିଭେନ ସ୍ମିଥ, ମୋଇନ ଅଲୀ, ସାମ ବିଲିଙ୍ଗ୍ସ, ଲିଆମ ପ୍ଲଙ୍କେଟ, ଜେସନ ରୟ, ମାର୍କ ଉଡ ଓ କଲିନ ଇନଗ୍ରାମ ରହିଛନ୍ତି । ଶ୍ରୀସାନ୍ତ ନିଜର ବେସ୍‌ ପ୍ରାଇସ 75 ଲକ୍ଷ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.