ନୂଆଦିଲ୍ଲୀ: ଖେଳ ମନ୍ତ୍ରଣାଳୟ ଗୁରୁବାର ମଧ୍ୟପ୍ରଦେଶ କୁସ୍ତିଯୋଦ୍ଧା ଶନି ଯାଦବଙ୍କୁ 2.5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ଘୋଷଣା କରିଛି ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନ୍ୟାସନାଲ ୱେଲଫାୟର ଫଣ୍ଡ ଫର ସ୍ପୋର୍ଟ୍ସପର୍ସନରୁ ପ୍ରଶିକ୍ଷଣ ଉପକରଣ କିଣିବାକୁ ଓ ଜାତୀୟ ଓ ଅନ୍ତର୍ଜାତୀୟ ଖେଳ ପ୍ରତିଯୋଗୀତାରେ ଅଂଶଗ୍ରହଣ ପାଇଁ ସହାୟତା ପ୍ରଦାନ କରାଯାଇଛି ।
60 କିଲୋଗ୍ରାମ ବର୍ଗରେ ରାଜସ୍ଥାନରେ ଆୟୋଜିତ 23 ବର୍ଷରୁ କମ ଜୁନିୟର ଜାତୀୟ କୁସ୍ତି ଚମ୍ପିଆନସିପ 2018 ଓ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ 2020ରେ ରୌପ୍ୟ ପଦକ ଜିତିଥିଲେ । ତେବେ ଅର୍ଥାଭାବ ଏହି ଯୁବ କୁସ୍ତିଯୋଦ୍ଧାଙ୍କ ପ୍ରଶିକ୍ଷଣରେ ବାଧକ ସାଜିଥିଲା । ସେଥିପାଇଁ ସେ କୁସ୍ତି ଅଭ୍ୟାସ ପରେ ଅନ୍ୟ ସଫାଇ କାର୍ଯ୍ୟ କରିବାକୁ ମଧ୍ୟ କରିବାକୁ ପଛାଇ ନଥିଲେ । ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବାପରେ କ୍ରୀଡାମନ୍ତ୍ରଣାଳୟ ସହାୟତାର ହାତ ବଢାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ