ନୂଆଦିଲ୍ଲୀ: ଲେବାନନ୍ର ରାଜଧାନୀ ବେରୁଟଠାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ 100 ଜଣରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବା ବେଳେ 4000ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଏହି ଯନ୍ତ୍ରଣା ଦାୟକ ଘଟଣା ପରେ ସମଗ୍ର ବିଶ୍ବ ଲେବାନନ୍କୁ ଆଶ୍ବସନା ଜାଣାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଖଃ ପ୍ରକାଶ କରିଛନ୍ତି । ସେହି ପରି ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସାଥୀମାନେ ଦୁଖଃ ପ୍ରକାଶ କରିଛନ୍ତି ।
ମଙ୍ଗଳବାର ସନ୍ଧ୍ୟାରେ ବେରୁଟ ବନ୍ଦର ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି । ନଗର ଗଭର୍ଣ୍ଣର କହିଛନ୍ତି ଯେ ସହରର ଅଧା ଅଟ୍ଟାଳିକା ନଷ୍ଟ ହୋଇଯାଇଛି ଏବଂ ବହୁ ସଂଖ୍ୟାରେ ଆହତ ହେତୁ ଡାକ୍ତରଖାନାଗୁଡ଼ିକରେ ଭିଡ ଜମିଛି । ବିସ୍ଫୋରଣରେ ସମଗ୍ର ବେରୁଟ ସହର କମ୍ପିତ ହୋଇଥିଲା ଏବଂ ବନ୍ଦର ଅଞ୍ଚଳର ଆକାଶରେ ଏକ କଳା ଧୂଆଁର ଆସ୍ତରଣ ଖେଳିଯାଇଥିଲା ।
ରାଷ୍ଟ୍ରପତି ମିସେଲ ଆଓନ୍ କହିଛନ୍ତି ଯେ ଗୋଦାମରେ ଅସୁରକ୍ଷିତ ଭାବରେ ଗଚ୍ଛିତ 2750 ଟନ୍ ଆମୋନିଅମ୍ ନାଇଟ୍ରେଟ୍ ବିସ୍ଫୋରଣ ହୋଇଛି । ଆମୋନିୟମ୍ ନାଇଟ୍ରେଟ୍ କୃଷିରେ ସାର ଏବଂ ବିସ୍ଫୋରକ ଭାବରେ ବ୍ୟବହୃତ ହୁଏ |