ଜୋହାନ୍ସବର୍ଗ: ଆସନ୍ତା ସପ୍ତାହରୁ ଅଭ୍ୟାସକୁ ଫେରିବେ ଦକ୍ଷିଣ ଆଫ୍ରିକା କ୍ରିକେଟର । ଜାତୀୟ କ୍ରିକେଟରଙ୍କ ସହ ଫ୍ରାଞ୍ଚାଇଜ କ୍ରିକେଟରଙ୍କୁ ମଧ୍ୟ ଅଭ୍ୟାସ ପାଇଁ ଅନୁମତି ମିଳିଥିବା ଜଣାପଡିଛି ।
ତେବେ ଫ୍ରାଞ୍ଚାଇଜ କ୍ରିକେଟର ନିଜ ହୋମ ଗ୍ରାଉଣ୍ଡରେ ଅଭ୍ୟାସ କରିବାକୁ ନିଷ୍ପତି ହୋଇଛି । ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାର କ୍ରୀଡାମନ୍ତ୍ରୀ କ୍ରୀଡା ଅଭ୍ୟାସ ନେଇ ସବୁଜ ସଙ୍କେତ ଦେଇଥିଲେ । ଏହାପରେ କ୍ରିକେଟ ଦକ୍ଷିଣ ଆଫ୍ରିକା ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଅଭ୍ୟାସ ଆରମ୍ଭ ପାଇଁ ସଙ୍କେତ ଦେଇଥିଲେ । ତେବେ କୌଣସି ଖେଳାଳି, କୋଚ କିମ୍ବା ଷ୍ଟାଫଙ୍କୁ ବାଧ୍ୟ କରାଯିବ ନାହିଁ ବୋଲି କହିଥିଲେ ।
ଅଗଷ୍ଟ ଶେଷ ସପ୍ତାହରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର ସମ୍ଭାବନା ରହିଛି । ଏହି ଗସ୍ତରେ ଜୈବ ସୁରକ୍ଷିତ ଭେନ୍ୟୁରେ ବିନା ଦର୍ଶକରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳାଯିବା ନେଇ କ୍ରିକେଟ ଦକ୍ଷିଣ ଆଫ୍ରିକା ଲକ୍ଷ୍ୟ ରଖିଛି ।