ଜୋହାନ୍ସବର୍ଗ: ମହାମାରୀ କୋରୋନା ଭାଇରସ ଯୋଗୁଁ ଆଉ ଏକ ଅନ୍ତର୍ଜାତୀୟ ଦ୍ବିପାକ୍ଷିକ କ୍ରିକେଟ ସିରିଜ ସ୍ଥଗିତ ହୋଇଛି । କ୍ରିକେଟ ୱେଷ୍ଟଇଣ୍ଡିଜ(CWI) ଓ କ୍ରିକେଟ ଦକ୍ଷିଣ ଆଫ୍ରିକା(CSA) ମହିଳା ଦିନିକିଆ ସିରିଜ ସ୍ଥଗିତ ପାଇଁ ସହମତି ପ୍ରକାଶ କରିଛନ୍ତି ।
ମହିଳା ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ଚଳିତ ମାସ ଶେଷରେ ୱେଷ୍ଟଇଣ୍ଡିଜ ଗସ୍ତର ସୂଚୀ ରହିଥିଲା । ଏହି ଗସ୍ତରେ 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବା ନେଇ ସୂଚୀ ରହିଥିଲା ।
ଦିନିକିଆ ବିଶ୍ବକପକୁ ଦୃଷ୍ଟିରେ ରଖି ଏହି ସିରିଜ ଉଭୟ ଟିମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଥିଲା । ତେବେ କୋରୋନା ଭାଇରସ ସଂକ୍ରମଣ ଭୟ ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରଭାବିତ କରିଛି ।