ETV Bharat / sports

ପାକିସ୍ତାନ ଗସ୍ତକୁ ମନାକଲା ଦକ୍ଷିଣ ଆଫ୍ରିକା

author img

By

Published : Feb 14, 2020, 11:31 PM IST

ଦ.ଆଫ୍ରିକା ପାକିସ୍ତାନ ଗସ୍ତରେ ଯିବାକୁ ମନା କରିଦେଇଛି । ଗସ୍ତ ରଦ୍ଦ କରିବାର କାରଣ କାର୍ଯ୍ୟ ବ୍ୟସ୍ତତାକୁ ଦର୍ଶାଇଛି ଦ.ଆଫ୍ରିକା କ୍ରିକେଟ ଟିମ । ଅଧିକ ପଢନ୍ତୁ...

cricket
cricket

ହାଇଦ୍ରାବାଦ: ପାକିସ୍ତାନ ତା'ର ମାଟିରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି । ନିକଟରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ଦଳ ପାକିସ୍ତାନ ଗସ୍ତ କରି ଏକଦିବସୀୟ ଏବଂ ଟି-20 ସିରିଜ ଖେଳିଛନ୍ତି । ତେବେ ଏହି ସମୟରେ ଦ.ଆଫ୍ରିକା ପାକିସ୍ତାନ ଗସ୍ତରେ ଯିବାକୁ ମନା କରିଦେଇଛି । ଦ.ଆଫ୍ରିକା ଟିମ ଟି-20 ସିରିଜ ଖେଳିବା ନେଇ ପାକିସ୍ତାନ ଗସ୍ତ କରିଥାନ୍ତା ।

ତେବେ ଏହି ଗସ୍ତ ରଦ୍ଦ କରିବାର କାରଣ କାର୍ଯ୍ୟ ବ୍ୟସ୍ତତାକୁ ଦର୍ଶାଇଛି ଦ.ଆଫ୍ରିକା କ୍ରିକେଟ ଟିମ । ସୂଚନାନୁସାରେ ଏହି ସିରିଜ ପରବର୍ତ୍ତୀ ସମୟରେ ଆୟୋଜିତ ହେବ । ଉଭୟ ଦେଶର କ୍ରିକେଟ ବୋର୍ଡ ପରବର୍ତ୍ତୀ ସମୟରେ ସିରିଜର ନୂଆ ସମୟ ଓ ତାରିଖ ନିର୍ଣ୍ଣୟ କରିବେ ।

ଦ.ଆଫ୍ରିକା ଦଳ ମାର୍ଚ୍ଚ ମାସରେ ଭାରତ ଗସ୍ତରେ ଆସିବେ । ଉଭୟ ଦେଶ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଭାରତଗସ୍ତ ପରେ ଦ.ଆଫ୍ରିକା ପାକିସ୍ତାନ ଗସ୍ତର ଯାଇଥାନ୍ତା । ରାଓ୍ବଲପିଣ୍ଡି ଠାରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଉଭୟ ଦେଶ ଖେଳିଥାନ୍ତେ । ବର୍ତ୍ତମାନ ଦ.ଆଫ୍ରିକା ଟିମ ଇଂଲଣ୍ଡ ମଧ୍ୟରେ ଟି-20 ସିରିଜ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.