ETV Bharat / sports

ଆଇପିଏଲ-14ରୁ ଓହରିଲେ ଡେଲ୍ ଷ୍ଟେନ

author img

By

Published : Jan 2, 2021, 10:30 PM IST

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 14ତମ ସଂସ୍କରଣରୁ ଓହରିଲେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେନ ଷ୍ଟେନ୍ । ଅଧିକ ପଢନ୍ତୁ...

South Africa pacer Dale Steyn pulls out of IPL 2021
ଆଇପିଏଲ-14ରୁ ଓହରିଲେ ଡେଲ୍ ଷ୍ଟେନ

କେପ ଟାଉନ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 14ତମ ସଂସ୍କରଣରୁ ଓହରିଲେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେନ ଷ୍ଟେନ୍ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପକ୍ଷରୁ ଖେଳୁଥିଲେ ଷ୍ଟେନ । ଶନିବାର ଆଇପିଏଲ 2021 ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି ଷ୍ଟେନ ।

South Africa pacer Dale Steyn pulls out of IPL 2021
ଡେଲ୍ ଷ୍ଟେନ

ତେବେ କ୍ରିକେଟରୁ ସନ୍ୟାସ ଖବରକୁ ଖଣ୍ଡନ କରିବା ସହ କିଛି ସମୟ ପାଇଁ କ୍ରିକେଟରୁ ବିରତି ନେଉଥିବା କହିଛନ୍ତି ଷ୍ଟେନ । ସେହିପରି ଆରସିବି ପକ୍ଷରୁ କିମ୍ବା ଅନ୍ୟ କୌଣସି ଫ୍ରାଞ୍ଚାଇଜ ପକ୍ଷରୁ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆରସିବିକୁ ଧନ୍ୟବାଦ ଦେବାସହ ଅବସର ନେଉନଥିବା ସ୍ପଷ୍ଟ କରିଛନ୍ତି ।

ନିଜ ଦେଶର ସର୍ବକାଳୀନ 439 ୱିକେଟ ସହ ରେଡ୍‌ ବଲ କ୍ରିକେଟରୁ ଗତ ବର୍ଷ ସନ୍ୟାସ ନେଇସାରିଛନ୍ତି ଷ୍ଟେନ । ସଦ୍ୟ ଘୋଷିତ ଦଶନ୍ଧିର ଶ୍ରେଷ୍ଠ ଆଇସିସି ଟେଷ୍ଟ ଟିମରେ ତାଙ୍କର ନାମ ରହିଛି ।

  • I will be playing in other leagues, nicely spaced out to give myself a opportunity to do something’s I’ve been excited about as well as continue to play the game I love so much.

    NO, I’m NOT retired. 😉

    Here’s to a great 2021 🤙

    — Dale Steyn (@DaleSteyn62) January 2, 2021 " class="align-text-top noRightClick twitterSection" data=" ">

37 ବର୍ଷୀୟ ଦ୍ରୁତ ବୋଲର ଆଇପିଏଲରେ 95ଟି ମ୍ୟାଚ ଖେଳି 6.91 ଇକୋନୋମି ରେଟ ସହ 25.85 ହାରରେ 97 ୱିକେଟ ଅକ୍ତିଆର କରିଛନ୍ତି ।

ଆଇପିଏଲର 13ତମ ସଂସ୍କରଣରେ ଦକ୍ଷିଣ ଆଫ୍ରିକୀୟ ବୋଲର ୱିକେଟ ଶୂନ୍ୟ ରହିଥିଲେ । ଆରସିବି 13ତମ ସଂସ୍କରଣର ଆଇପିଏଲ ପଏଣ୍ଟ ତାଲିକାର 4ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା । ବିରାଟ କୋହଲିଙ୍କ ଦଳ 2016ରେ ରନର୍ସ-ଅପ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.