ETV Bharat / sports

ଗାଙ୍ଗୁଲି ହେବେ ଭାରତୀୟ ଅଲମ୍ପିକ କ୍ରୀଡାବିତଙ୍କ 'ଗୁଡୱିଲ ଆମ୍ବାସଡର'

author img

By

Published : Feb 3, 2020, 11:01 AM IST

ଭାରତୀୟ ଅଲମ୍ପିକ ଆସୋସିଏସନ ପକ୍ଷରୁ ଦାଦାଙ୍କୁ ଡାକରା । 2020 ଟୋକିଓ ଅଲମ୍ପିକ୍ସରେ ଦେଶର କ୍ରୀଡାବିତଙ୍କୁ ଉତ୍ସାହିତ କରିବେ ସୌରଭ ଗାଙ୍ଗୁଲି । ଏ ନେଇ ଭାରତୀୟ ଅଲମ୍ପିକ ଆସୋସିଏସନ(IOA)ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କୁ ନିମନ୍ତ୍ରଣ କରିଛନ୍ତି ।

Goodwill Ambassador sourav ganguly
ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ ଆସୋସିଏସନ ପକ୍ଷରୁ ଦାଦାଙ୍କୁ ଡାକରା। 2020 ଟୋକିଓ ଅଲମ୍ପିକ୍ସରେ ଦେଶର କ୍ରୀଡାବିତଙ୍କୁ ଉତ୍ସାହିତ କରିବେ ସୌରଭ ଗାଙ୍ଗୁଲି। ଏ ନେଇ ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ଗାଙ୍ଗୁଲିଙ୍କୁ ନିମନ୍ତ୍ରଣ କରିଛନ୍ତି ।

IOA
ଭାରତୀୟ ଅଲମ୍ପିକ ଆସୋସିଏସନ(IOA)

ଚଳିତ ସଂସ୍କରଣର ଅଲମ୍ପିକ୍ସ ଗେମ୍ସ ଭାରତ ପାଇଁ ଖାସ ହେବାକୁ ଯାଉଛି। ବିଶ୍ବର ଏହି ସର୍ବଶ୍ରେଷ୍ଠ ମେଗା ଟୁର୍ଣ୍ଣାମେଣ୍ଟରେ ଭାରତ ଅଶଂଗ୍ରହଣର 100 ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଫଳରେ ଏହି ବର୍ଷକୁ ଅଧିକ ସ୍ମରଣୀୟ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଅଲମ୍ପିକ ଆସୋସିଏସନ।

IOA secretary general
ରାଜୀବ ମେହେଟ୍ଟା

ଗାଙ୍ଗୁଲିଙ୍କୁ ଉଦ୍ଦେଶ୍ୟରେ ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା ଲେଖିଛନ୍ତି, "ଆପଣ ଦେଶର କୋଟି କୋଟି ଭାରତୀୟଙ୍କ ପ୍ରେରଣାର ଉତ୍ସ। ବିଶେଷ କରି ଯୁବସମାଜ ପାଇଁ ପସନ୍ଦର କ୍ରୀଡାବିତ। କ୍ରୀଡାପ୍ରଶାସକ ଭାବେ ସର୍ବଦା ଯୁବ ପ୍ରତିଭାଙ୍କୁ ଆପଣ ସୁଯୋଗ ଦେଇଛନ୍ତି । ଆପଣଙ୍କ ଆସୋସିଏସନ ସହିତ ଟୋକିଓ ଅଲମ୍ପିକ୍ସ 2020 ଭାରତୀୟ ଦଳ ଅଧିକ ଉତ୍ସାହିତ ହେବ ବୋଲି ସେ ଆଶାବାଦୀ"।

IOA
ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ଖେଳାଳି

ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ ଗେମ୍ସ ଜାପାନର ଟୋକିଓରେ ଆରମ୍ଭ ହେବ। ଜୁଲାଇ 24ରୁ ଅଗଷ୍ଟ 9 ପର୍ଯ୍ୟନ୍ତ ଏହି ସମ୍ମାନଜନକ ମେଗା ଇଭେଣ୍ଟ ଖେଳାଯିବ।
ଏଯାବତ 15 ଭାରତୀୟ ସୁଟର, ଅଲମ୍ପିକ ସୁଟିଂ ଇଭେଣ୍ଟରେ ଯୋଗ୍ୟତା ଅର୍ଜନ କରିଛନ୍ତି । ବଜରଙ୍ଗ ପୁନିଆ, ରବି କୁମାର ଦହିୟା ଏବଂ ଦିପକ ପୁନିଆଙ୍କ ଠାରୁ କୁସ୍ତିରେ ଭାରତର ପଦକ ବିଜୟ ଆଶା ରହିଛି ।
ଏଥିସହିତ ହକିରେ ଭାରତୀୟ ପୁରୁଷ ଓ ମହିଳା ଦଳ, ତୀରନ୍ଦାଜ ଓ ଆଥଲେଟିକ୍ସ ଇଭେଣ୍ଟରେ ଭାରତ ଯୋଗ୍ୟତା ଅର୍ଜନ କରିଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.