ହାଇଦ୍ରାବାଦ: ଚଳିତ ଆଇପିଏଲ 2020ର କ୍ରିକେଟ ମ୍ୟାଚରେ ବେଆଇନ ବେଟିଂ ଚଳାଉଥିବା ଗ୍ୟାଙ୍ଗକୁ ଧରିଲା ସାଇବରାବାଦ ପୋଲିସର ସ୍ପେଶାଲ ଅପରେସନ ଟିମ । ବେଟିଂ ଚାଲୁଥିବା ସୂଚନା ପାଇ ସାଇବରାବାଦ ପୋଲିସ କମିଶନରେଟ ଚଢାଉ କରିଥିଲା । ପରେ ଘଟଣାସ୍ଥଳରୁ ସ୍ପେଶାଲ ଅପରେସନ ଟିମ 22,89,400 ନଗଦ ଟଙ୍କା ଜବତ କରିଛି । ଏଥିସହିତ 13,00,000 ଟଙ୍କା ଥିବା ଏକ ବ୍ୟାଙ୍କ ଆକାଉଣ୍ଟ ଓ 8ଟି ମୋବାଇଲ ଫୋନ ଜବତ କରିଛି ।
ମୁଖ୍ୟ ବୁକି ଗୋଆରେ ଥାଇ ଅପରେଟ କରୁଥିବା ଜଣାପଡିଥିବାବେଳେ, ଶଶାଙ୍କ ନାମକ ବ୍ୟକ୍ତି ହାଇଦ୍ରାବାଦରେ ରହି ବେଟିଂରେ ସହଯୋଗୀ ରହିଛି । ଇଣ୍ଟରନେଟ ବ୍ୟାଙ୍କି, ଫୋନ ପେ, ଗୁଗୁଲ ପେର ସାହାଯ୍ୟରେ ଅନଲାଇନ ଟଙ୍କା କାରବାର ହେଉଥିବା ଖୁଲାସା ହୋଇଛି ।
ଗୋଟିଏ ସ୍ଥାନରେ ବୁକି ଗ୍ୟାଙ୍ଗ ନ ରହି କୌଣଳ ରହି ହାଇଦ୍ରାବାଦ ସହରର ବିଭିନ୍ନ ସ୍ଥାନରୁ ଅନଲାଇନ ବେଟିଂ କରୁଥିବା ଜଣାପଡିଛି । ଏସଓଟି ବାଲନଗର ଜଣେ ବୁକିଙ୍କ ପାଖେ ପହଞ୍ଚିବା ପରେ ସୁଚିତ୍ରା ଏକ୍ସ ରୋଡରେ ଥିବା ବର୍ସିଦାବାଦ ପୋଲିସ ଷ୍ଟେସନ ଅନ୍ତର୍ଗତ ଓମକାର ଅପ୍ଟିକାଲରେ 7ଜଣ ବୁକି ଅପରେଟ କରୁଥିବା ଜଣାପଡିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ