ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ ଯୋଗୁଁ ନିଜର ପ୍ରିୟଜନଙ୍କ ସହ ଖ୍ରୀଷ୍ଟମାସ ମନାଇବାରୁ ବଞ୍ଚିତ ହୋଇଛନ୍ତି ଅନେକ । ଏହି କ୍ରମରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ପତ୍ନୀ ଡାନି ୱିଲିସଙ୍କ ସହ ଏକ ଫଟୋ ସେୟାର କରିବା ସହ ଖ୍ରୀଷ୍ଟମାସ ପାଳନ ସ୍ମୃତିକୁ ସ୍ମରଣ କରିଛନ୍ତି । ଏଥିସହ ପତ୍ନୀଙ୍କ ଉଦ୍ଦେଶ୍ୟରେ ଏକ ଆବେଗଭରା ବାର୍ତ୍ତା ମାଧ୍ୟମରେ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ।
ସ୍ମିଥ କ୍ରମାଗତ ଭାବେ ପରିବାର ଠାରୁ ଦୂରରେ ରହିଛନ୍ତି । ଇଂଲଣ୍ଡ ଟୁର ପାଇଁ ପ୍ରଥମେ ଜୈବ ସୁରକ୍ଷିତ ପରିବେଶରେ ରହିଥିଲେ, ଏହାପରେ ଆଇପିଏଲର 13ତମ ସଂସ୍କରଣ ପାଇଁ ୟୁଏଇ ଗସ୍ତ କରିଥିଲେ । ପରେ ଭାରତ ବିପକ୍ଷ ସିରିଜ ପାଇଁ ଟିମ ସହ ଜୈବ ସୁରକ୍ଷା ବଳୟରେ ରହିଛନ୍ତି ।
ତେବେ ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଣ୍ଟିଂ ନିଜର ପିତାମାତାଙ୍କ ସହ ପରିବାର ସହ ରହି ସ୍ବତନ୍ତ୍ର ଦିନରେ ଉତ୍ସବ ମନାଇଥିବାରୁ 'ଭାଗ୍ୟବାନ' ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ