ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ସଭାପତି ରିକି ସ୍କେରିଅଟ ବୁଧବାର କୋଚ ଫିଲ ସିମନ୍ସଙ୍କୁ ସମର୍ଥନ କରିଛନ୍ତି । କୋଚ ପଦ ହରାଇବାର କୌଣସି ସମ୍ଭାବନା ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବୋର୍ଡର ଅନୁମତି ନେଇ ସିମନ୍ସ ବାପାଙ୍କ ଅନ୍ତେଷ୍ଟକ୍ରିୟାରେ ସାମିଲ ହେବାକୁ ୟାଇଥିବା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
![Simmons' job is not threatened in any way, he is still the best man, says CWI president](https://etvbharatimages.akamaized.net/etvbharat/prod-images/11:36:35:1593669995_1225446_1296x729_0207newsroom_1593665470_996.jpg)
ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ରହିଛି । ଜୁଲାଇ 8ରୁ ଇଂଲଣ୍ଡ ବିପକ୍ଷରେ ଉଭୟ ଟିମ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଆରମ୍ଭ ହେବ । ତେବେ କୋଚ ଫିଲ ସିମନ୍ସ ପିତାଙ୍କ ଦେହାନ୍ତ ହେବାରୁ ଘରକୁ ଫେରିଯାଇଛନ୍ତି ।
![Simmons' job is not threatened in any way, he is still the best man, says CWI president](https://etvbharatimages.akamaized.net/etvbharat/prod-images/ar-302019978_0207newsroom_1593665470_411.jpg)
ଏହାପରେ କ୍ରିକେଟ ୱେଷ୍ଟଇଣ୍ଡିଜ ବୋର୍ଡର ସଦସ୍ୟ କଣ୍ଡେ ରିଲେ ସିମନ୍ସଙ୍କୁ ତୁରନ୍ତ ବୋର୍ଡ ପକ୍ଷକୁ ବହିଷ୍କାର କରିବାକୁ କହିଥିଲେ । ରିଲେ ବାର୍ବୋଦାସ କ୍ରିକେଟ ଆସୋସିଏସନର ସଭାପତି ଅଛନ୍ତି ।
ତେବେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଏହାକୁ ଅଗ୍ରାହ୍ୟ କରିବା ସହ, କୋଚ ସିମନ୍ସ ପଦ ସୁରକ୍ଷିତ ବୋଲି ସ୍ପଷ୍ଟ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ