ETV Bharat / sports

କୋରୋନା ମୁକାବିଲା: ପାଣ୍ଠି ଯୋଗାଡ ପାଇଁ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ!

author img

By

Published : Apr 9, 2020, 3:33 PM IST

କୋରୋନା ଭାଇରସର ମୁକାବିଲା ପାଇଁ ସବୁ ଦେଶ ପ୍ରୟାସ ଜାରିରଖିଛନ୍ତି । ତେବେ ପାଣ୍ଠି ଯୋଗାଡ ପାଇଁ ଭାରତ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚର ଆୟୋଜନ ହେଉ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟର ସୋଏବ ଅଖତର ।

Shoaib Akhtar proposes India-Pakistan series
କୋରୋନା ମୁକାବିଲା: ପାଣ୍ଠି ଯୋଗାଡ ପାଇଁ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ!

ହାଇଦ୍ରାବାଦ: କୋରୋନା ଭାଇରସର ମୁକାବିଲା ପାଇଁ ସବୁ ଦେଶ ପ୍ରୟାସ ଜାରିରଖିଛନ୍ତି । ତେବେ ପାଣ୍ଠି ଯୋଗାଡ ପାଇଁ ଭାରତ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚର ଆୟୋଜନ ହେଉ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟର ସୋଏବ ଅଖତର । ଏକ ଭିଡିଓ ବାର୍ତ୍ତାରେ ଅଖତର କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ବିନା ଦର୍ଶକରେ 3 ମ୍ୟାଚ ବିଶିଷ୍ଠ ଦିନିକିଆ କିମ୍ବା ଟି-20 ସିରିଜ ଖେଳାଯାଉ । ଟେଲିଭିଜନରେ ଏହାର ପ୍ରସାରଣ କରାଯାଉ ।

ମହାମାରୀ କରୋନା ଭାଇରସଡରେ ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି । ଅନେକ ଦେଶ ଲକଡାଉନ ସ୍ଥିତିରେ ରହିଛି । ଏହାର ପ୍ରଭାବ ସାଧାରଣ ଜୀବନ ଜୀବିକା ଓ ଦେଶର ଅର୍ଥନୀତି ଉପରେ ପଡିଛି ।

ଲକଡାଉନ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଦେଶର ସରକାର ଆର୍ଥିକ ପ୍ୟାକେଟ ଘୋଷଣା କରି ଜରୁରୀସେବା ଜାରି ରଖିଛନ୍ତି । ତେବେ ବିପର୍ଯ୍ୟସ୍ତ ଅର୍ଥନୀତିର ଦେଶ ପାକିସ୍ତାନ ଭଳି ଦେଶ ଏହି ଭାଇରସରେ ବିଶେଷ ପ୍ରଭାବିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.