ETV Bharat / sports

ପରିହାସ କଲେ ପାକ୍‌ ଫ୍ୟାନ୍ସ, ବ୍ୟାଟିଂରେ କଡା ଜବାବ ଦେଇଥିଲେ ଧୱନ - ବ୍ୟାଟିଂରେ କଡା ଜବାବ ଦେଇଥିଲେ ଗବ୍ବର

2015 ବିଶ୍ବକପରେ ‘ଇଏ 15 ରନ କରି ଆଉଟ ହୋଇଯିବ’ ବୋଲି କହି ଧୱନଙ୍କୁ ପରିହାସ କରିଥିଲେ ପାକିସ୍ତାନୀ ଫ୍ୟାନ୍ସ । ବ୍ୟାଟିଂରେ ଜବାବ ଦେଇଥିଲେ ଭାରତୀୟ କ୍ରିକେଟର ଗବ୍ବର । ଅଧିକ ପଢ଼ନ୍ତୁ...

Shikhar Dhawan, dhawan being sledged by Pakistan fans,  2015 World Cup, 15 runs bana kar out ho jaega, 15 ରନ କରି ଆଉଟ ହୋଇଯିବ, ପରିହାସ କଲେ ପାକ୍‌ ଫ୍ୟାନ, ବ୍ୟାଟିଂରେ କଡା ଜବାବ ଦେଇଥିଲେ ଗବ୍ବର, ଶିଖର ଧୱନ
ପରିହାସ କଲେ ପାକ୍‌ ଫ୍ୟାନ୍ସ, ବ୍ୟାଟିଂରେ କଡା ଜବାବ ଦେଇଥିଲେ ଧୱନ
author img

By

Published : May 29, 2020, 7:07 PM IST

ନୂଆଦିଲ୍ଲୀ: ସୀମାରେ ହେଉ କି ମଇଦାନରେ ହେଉ ଭାରତର ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ଠାରୁ ଭାରତ ସବୁବେଳେ ଜିତୁ ବୋଲି ଚାହାଁନ୍ତି ଭାରତୀୟ ଫ୍ୟାନ୍ସ । ଆଉ ଯଦି କ୍ରିକେଟ ମ୍ୟାଚରେ ଉଭୟ ମୁହାଁମୁହିଁ ହୁଅନ୍ତି ତେବେ ତାହା ଆହୁରି ରୋମାଞ୍ଚକର ହୋଇଯାଏ । ଏମିତି ଏକ ମ୍ୟାଚକୁ ମନେ ପକାଇଛନ୍ତି ଭାରତୀୟ ଓପନର ଶିଖର ଧୱନ । 2015 ବିଶ୍ବକପ ବେଳେ ଭାରତ ବନାମ ପାକିସ୍ତାନ ମ୍ୟାଚରେ କିପରି ତାଙ୍କୁ ପାକିସ୍ତାନ ଫ୍ୟାନ୍ସଙ୍କ କଟାକ୍ଷ ଶୁଣିବାକୁ ପଡିଥିଲା ତାହା କହିଛନ୍ତି । ଅବଶ୍ୟ ଶିଖର ଏହାର ଜବାବ ବି ନିଜ ବ୍ୟାଟ ସାହାଯ୍ୟରେ ଖୁବ ଭଲରେ ଦେଇଥିଲେ ।

2015 ବିଶ୍ବକପ ପୂର୍ବରୁ ଶିଖର ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିନଥିଲେ, ତାଙ୍କର ଫର୍ମ ସେତେଟା ଭଲ ନଥିଲା ବୋଲି ମନେ ପକାଇଥିଲେ । ବିଶ୍ବକପ ଆରମ୍ଭ ପୂର୍ବରୁ ଧୱନ 2015 ବିଶ୍ବକପ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ ମାତ୍ର 73 ରନ ସଂଗ୍ରହ କରିଥିଲେ ।

ଶିଖର ଧୱନ ମନେପକାଇଛନ୍ତି ଯେ ଯେତେବେଳେ ସେ ଆଡିଲେଡ ଓଭାଲ ମଧ୍ୟକୁ ପ୍ରବେଶ କରୁଥିଲେ ପାକିସ୍ତାନର ପ୍ରଶଂସକମାନେ ତାଙ୍କୁ ପରିହାସ କରିଥିଲେ ଏବଂ ଭବିଷ୍ୟବାଣୀ କରିଥିଲେ ଯେ ସେ ଏହି ମ୍ୟାଚରେ ମାତ୍ର 15 ରନ ସ୍କୋର କରିବେ। ତେବେ ଶିଖର ଧୱନ ସେମାନଙ୍କୁ ନିଜ ବ୍ୟାଟିଂରେ ଏହାର କଡା ଜବାବ ଦେଇଥିଲେ ଓ 76 ବଲରୁ 73 ରନ କରିଥିଲେ ଯେଉଁଥିରେ ସାମିଲ ଥିଲା 7 ଚଉକା ଓ ଗୋଟିଏ ଛକା । ପରେ ତାଙ୍କୁ ପରିହାସ କରିଥିବା ଲୋକ ହିଁ ତାଙ୍କ ପାଇଁ ତାଳି ମାରିଥିଲେ ।

ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ସ୍ମୃତି ମନ୍ଧାନା ଓ ଜେମିମା ରୋଡ୍ରିଜସଙ୍କ ସହ କଥା ହେବା ବେଳେ ଧୱନ କହିଥିଲେ ଯେ, ‘‘ପାକିସ୍ତାନ ବିରୋଧରେ ଖେଳିବା ବେଳେ ଗ୍ରାଉଣ୍ଡର ପରିବେଶ ଯୋଗୁଁ ମୁଁ ଚାପଗ୍ରସ୍ତ ଅନୁଭବ କରେ । ସେଠାରେ ବହୁତ ଲୋକ ଥାନ୍ତି, ମ୍ୟୁଜିକ ଥାଏ ଏହା ଏକ ଭିନ୍ନ ଅନୁଭବ ।’’

“ମୋର ମନେ ଅଛି ଆମର ପ୍ରଥମ ବିଶ୍ବକପ ମ୍ୟାଚ ପାକିସ୍ତାନ ବିପକ୍ଷରେ ଥିଲା ଏବଂ ଯେତେବେଳେ ମୁଁ ଗ୍ରାଉଣ୍ଡକୁ ପ୍ରବେଶ କରୁଥିଲି, ପାକିସ୍ତାନ ପ୍ରଶଂସକମାନେ ପାଟି କରି କହୁଥିଲେ,‘ତୁ ତୋ 15 ରନ୍ ବନାକେ ଆଉଟ ହୋ ଜାଏଗା’ (ତମେ 15 ରନ ସ୍କୋର କରିବା ପରେ ଆଉଟ ହୋଇଯିବ)। ମୁଁ ମନେ ମନେ ‘ହଉ ଠିକ ଅଛି’ କହିଲି । ଆଉ ତାପରେ ମୁଁ 73 ରନ ସ୍କୋର କରିଥିଲି ଏବଂ ପଭିଲିୟନକୁ ଯିବାବେଳେ ସେହି ଲୋକମାନେ ମୋ ପାଇଁ ତାଳି ମାରିଥିଲେ।”

ସେହି ମ୍ୟାଚରେ ଭାରତ ପାକିସ୍ତାନ ପାଇଁ 301 ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲ । ​​କିନ୍ତୁ ପାକିସ୍ତାନକୁ ମାତ୍ର 224 ରନରେ ଭାରତୀୟ ବୋଲର ଧରାଶାୟୀ କରି ଦେଇଥିଲେ । ଶତକ କରି ବିରାଟ କୋହଲି ସେହି ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.