ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ପ୍ରତିଯୋଗୀତା ମୂଳକ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଦିଲ୍ଲୀ ପକ୍ଷରୁ ଖେଳିବେ ଇଶାନ୍ତ । ସେହିପରି ଶିଖର ଧାୱନ ଦିଲ୍ଲୀ ଟିମର ଅଧିନାୟକତ୍ବ ଭାର ସମ୍ଭାଳିବେ ।
ଇଣ୍ଡିଆନ ପ୍ରିମିୟର ଲିଗର ଏକ ମ୍ୟାଚରେ ଇଶାନ୍ତ ଆହତ ହୋଇଥିଲେ । ଫଳରେ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡିଥିଲେ । ତେବେ ଇଶାନ୍ତ ସମସ୍ତ ମ୍ୟାଚ ପାଇଁ ଉପଲବ୍ଧ ହେବେନାହିଁ ବୋଲି ଜଣାପଡିଛି । ଅନ୍ୟପଟେ ଧାୱନ ଅଷ୍ଟ୍ରେଲିଆ ବିପକ୍ଷ ଟି-2- ସିରିଜରେ ଖେଳିଥିଲେ ଓ ଅର୍ଦ୍ଧଶତକ ହାସଲ କରିଥିଲେ ।
ଚୟନ କମିଟି 42 ସଦସ୍ୟ ବିଶିଷ୍ଟ ବିଶାଳ ଟିମ ଚୟନ କରିଛି । ଯେଉଁଥିରେ 19 ବର୍ଷରୁ କମ ବିଶ୍ବକପ ବିଜେତା କ୍ୟାପଟେନ ଉନ୍ମୁକ୍ତ ଚାନ୍ଦ, ନୀତିଶ ରାଣା, ପବନ ସୁଆଲ ଓ ମନନ ଶର୍ମାଙ୍କ ନାମ ରହିଛି । ଘୋଷିତ ଟିମର ସମସ୍ତ ଖେଳାଳିଙ୍କୁ ମୁଖ୍ୟ କୋଚ ରାଜକୁମାର ଶର୍ମା ଓ କୋଚ ଗୁରୁଶରଣ ସିଂହଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ