ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗ ନିଜର ଦୃଢ ଓ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ନେଇ ଖୁଲାସା କରିଛନ୍ତି । ରାମାୟଣର ଚରିତ୍ର 'ଅଙ୍ଗଦ' ଙ୍କ ଠାରୁ ସଂକଳର ସହ ବ୍ୟାଟିଂ ପ୍ରେରଣା ପାଇଥିବା କହିଛନ୍ତି ବିସ୍ପୋରକ ସେହ୍ବାଗ ।
-
So here is where i took my batting inspiration from :)
— Virender Sehwag (@virendersehwag) April 12, 2020 " class="align-text-top noRightClick twitterSection" data="
Pair hilana mushkil hi nahi , namumkin hai . #Angad ji Rocks pic.twitter.com/iUBrDyRQUF
">So here is where i took my batting inspiration from :)
— Virender Sehwag (@virendersehwag) April 12, 2020
Pair hilana mushkil hi nahi , namumkin hai . #Angad ji Rocks pic.twitter.com/iUBrDyRQUFSo here is where i took my batting inspiration from :)
— Virender Sehwag (@virendersehwag) April 12, 2020
Pair hilana mushkil hi nahi , namumkin hai . #Angad ji Rocks pic.twitter.com/iUBrDyRQUF
ଫର୍ମାଟ ଯାହା ବି ହେଉ, ମ୍ୟାଚର ପରିସ୍ଥିତି ଯାହା ବି ଥାଉ, ସର୍ବଦା ଆକ୍ରମଣାତ୍ମକ ରଣନୀତି ସହ ବ୍ୟାଟିଂ କରିବାକୁ ପସନ୍ଦ କରନ୍ତି ବିରୁ । ପ୍ରତିପକ୍ଷ ବୋଲରଙ୍କୁ ନିର୍ଧୁମ ପ୍ରହାର କରିବା ସହ ଭାରତୀୟ ସ୍କୋର ବୋର୍ଡକୁ ଦ୍ରୁତ ଗତିରେ ଆଗେଇ ନେବାର ଦେଖାଯାଇଛି ।
ପୌରାଣିକ କଥାବସ୍ତୁ ରାମାୟଣରେ ପ୍ରଭୁ ରାମଙ୍କ ଦୂତ ଭାବେ ଲଙ୍କାର ରାଜା ରାବଣ ନିକଟରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ଅଙ୍ଗଦ । ଭୂମିରେ ନିଜ ପାଦ ରଖି ଉପସ୍ଥିତ ଲଙ୍କାର ଯୋଦ୍ଧାଙ୍କୁ ପାଦ ହଟାଇବା ଲାଗି ଚ୍ୟାଲେଞ୍ଜ କରିଥିଲେ ବୋଲି ରାମାୟଣ କଥାବସ୍ତୁରେ ରହିଛି ।
ସେହ୍ବାଗ ଏହି ଘଟଣାର ଫଟୋକୁ ସେୟାର କରିବା ସହ, "ପାଦକୁ ଉଠାଇବା କେବଳ କଷ୍ଟକର ନୁହେଁ, ଅସମ୍ଭବ" ବୋଲି ଲେଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ