ହାଇଦ୍ରାବାଦ: ଆଉଟ କରିବା ପରେ ନିଆରା ଢଙ୍ଗରେ ୱିକେଟ ସେଲିବ୍ରେସନ କରନ୍ତି ୱେଷ୍ଟଇଣ୍ଡିଜର ବୋଲର ସେଲଡନ କଟ୍ରେଲ । ଯବାନଙ୍କ ପରି 2ଷ୍ଟେପ ମାର୍ଚ୍ଚିଙ୍ଗ ପରେ ପଡିଆରେ ସାଲ୍ୟୁଟ କରିଥାନ୍ତି ଏହି କାରବିୟନ ବୋଲର । ମାତ୍ର ଏବେ ସେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ସାଲ୍ୟୁଟ କରିଛନ୍ତି ।
ଧୋନିଙ୍କ ଦେଶପ୍ରେମକୁ ସେ ସଲାମ କରିବା ସହିତ ଉଭୟ ପଡିଆ ଭିତରେ ଓ ବାହାରେ ସେ ଆଦର୍ଶ ମଣିଷ ବୋଲି ସେଲଡନ କହିଛନ୍ତି । ଏହାସହ 2011ରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଧୋନି ସମ୍ମାନଜନକ ଲ୍ୟୁଟେନାଣ୍ଟ କଲନେଲ ସମ୍ମାନ ଗ୍ରହଣ କରିବାର ଭିଡିଓକୁ ଟ୍ବିଟରରେ ପୋଷ୍ଟ କରିଛନ୍ତି ।
ସେଲଡନ କଟ୍ରେଲଙ୍କ ଭାଷାରେ ଧୋନି ଜଣେ ଆଦର୍ଶ ମଣିଷ । ନିଜ ଦେଶର ସଚ୍ଚା ଦେଶପ୍ରେମୀ । ନିଜ କର୍ତ୍ତବ୍ୟ ଠାରୁ ଦେଶପାଇଁ ଅଧିକ ସେବା କରିବାକୁ ଧୋନି ପସନ୍ଦ କରନ୍ତି । ଧୋନିଙ୍କ ଭିଡିଓ ପୋଷ୍ଟ କରିବାର ଉଦ୍ଦେଶ୍ୟ ଅଧିକରୁ ଅଧିକ ବନ୍ଧୁ ଏହାକୁ ଦେଖି ଦେଶପ୍ରତି ସମ୍ମାନ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ଏହାସହ ଦେଶର ସର୍ବୋଚ୍ଚ ନାଗରିକଙ୍କ ଠାରୁ ସେନାର ସମ୍ମାନ ଗ୍ରହଣ କରିବାର ସୌଭାଗ୍ୟକୁ ଅନୁଭବ କରିବେ । ଧୋନି ୱେଷ୍ଟଇଣ୍ଡିଜ ଗସ୍ତରେ ଟିମ ଇଣ୍ଡିଆରେ ରହିବେ ନାହିଁ । ସେନା କ୍ୟାମ୍ପରେ 2 ମାସ ସମୟ କାଟିବେ ବୋଲି ଧୋନି ବିସିସିଆଇକୁ ଜଣାଇଥିଲେ । ପରେ ଭାରତୀୟ ସୀମାରେ ଧୋନି ପାଟ୍ରୋଲିଂ ଡ୍ୟୁଟିରେ ନିୟୋଜିତ ହୋଇଛନ୍ତି ।