ETV Bharat / sports

ଆଇପିଏଲ ଖେଳିବେ ସାମି, ସ୍ପଷ୍ଟ କଲେ ପଞ୍ଜାବ କିଙ୍ଗ୍ସ କୋଚ୍‌ କୁମ୍ବଲେ

author img

By

Published : Mar 27, 2021, 9:28 PM IST

ଆଇପିଏଲ 2021ରେ ନଜର ମହମ୍ମଦ ସାମି । ପଞ୍ଜାବ କିଙ୍ଗ୍ସ କୋଚ୍‌ ଅନିଲ କୁମ୍ବଲେଙ୍କ ସୂଚନା । ଅଧିକ ପଢନ୍ତୁ...

Shami on his way back, set to represent Punjab Kings in IPL
ଆଇପିଏଲ ଖେଳିବେ ସାମି, ସ୍ପଷ୍ଟକଲେ ପଞ୍ଜାବ କିଙ୍ଗ୍ସ କୋଚ୍‌ କୁମ୍ବଲେ

ନୂଆଦିଲ୍ଲୀ: ଖୁବଶୀଘ୍ର ସ୍ପିଡଷ୍ଟାର ମହମ୍ମଦ ସାମି ଆକ୍ସନକୁ ଫେରିବେ । ଆସନ୍ତା ମାସରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ(IPL) ରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ସାମିଙ୍କୁ ଦେଖିବାକୁ ମିଳିବ ।

ସାମି, ନ୍ୟାସନାଲ କ୍ରିକେଟ ଏକାଡେମୀରେ ମ୍ୟାଚ ଫିଟନେସ ହାସଲ କରୁଛନ୍ତି । ପ୍ରାୟ ଗୋଟିଏ ସପ୍ତାହ ଧରି ବୋଲିଂ ମଧ୍ୟ କରିଛନ୍ତି ।

ଡିସେମ୍ବର 19 ପରେ କୌଣସି ମ୍ୟାଚରେ ନଜର ଆସିନାହାନ୍ତି ଏହି ଷ୍ଟାର ବୋଲର । ଆଡିଲେଡରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଆହତ ହୋଇଥିଲେ । ପାଟ କମିନ୍ସଙ୍କ ଏକ ବଲ୍‌ ତାଙ୍କ ହାତରେ ଲାଗିବା ପରେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବା ସହ ଘରକୁ ଫେରିଥିଲେ ସାମି ।

ତେବେ ଗୋଟିଏ ସପ୍ତାହ କ୍ବାରେଣ୍ଟିନରେ ରହିବା ପରେ ଏପ୍ରିଲ 9ରୁ ଆରମ୍ଭ ହେଉଥିବା ଆଇପିଏଲ 2021ରେ ପଞ୍ଜାବ ପକ୍ଷରୁ ଖେଳିବେ ସାମି । ଶନିବାର ପଞ୍ଜାବ କିଙ୍ଗ୍ସ କୋଚ୍‌ ଅନିଲ କୁମ୍ବଲେ ସାମିଙ୍କ ଫେରିବା ନେଇ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.