ETV Bharat / sports

38 ବର୍ଷରେ ସ୍କଟଲ୍ୟାଣ୍ଡ ଅଲରାଉଣ୍ଡରଙ୍କ ପରଲୋକ

ସ୍କଟଲ୍ୟାଣ୍ଡ କ୍ରିକେଟ ଦଳର ଅଲରାଉଣ୍ଡର କନ୍ ଡି ଲାଙ୍ଗଙ୍କ ୩୮ ବର୍ଷ ବୟସରେ ପରଲୋକ ଘଟିଛି।

author img

By

Published : Apr 19, 2019, 8:40 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡ କ୍ରିକେଟ ଦଳର ଅଲରାଉଣ୍ଡର କନ୍ ଡି ଲାଙ୍ଗଙ୍କ ୩୮ ବର୍ଷ ବୟସରେ ପରଲୋକ ଘଟିଛି । ତେବେ ସେ ବ୍ରେନ୍ ଟ୍ୟୁମର ରୋଗରେ ପଡିତ ଥିଲେ । ସେ ଦୀର୍ଘ ଏକ ବର୍ଷ ହେଲା ଚିକିତ୍ସାଧିନ ଥିଲେ । ଗୁରୁବାର ସକାଳେ ତାଙ୍କର ପରଲୋକ ଘଟିଛି । ଏନେଇ ସ୍କଟ୍‌ଲ୍ୟାଣ୍ଡ କ୍ରିକେଟ ନିଜ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ କରି ସୂଚନା ଦେଇଛି ।

  • It is with great sadness that Cricket Scotland shares the news that Con de Lange passed away on Thursday 18th April 2019.

    A great servant to Scotland and the game of cricket, our thoughts are with his family at this difficult time.https://t.co/xrOkaJg2lV pic.twitter.com/neoUg3gW9F

    — Cricket Scotland (@CricketScotland) April 19, 2019 " class="align-text-top noRightClick twitterSection" data=" ">

ଅଧିକ ପଢନ୍ତୁ-'ପନ୍ତ ହିଁ ଧୋନିଙ୍କ ଏକମାତ୍ର ବିକଳ୍ପ'

ସ୍କଟ୍‌ଲ୍ୟାଣ୍ଡ କ୍ରିକେଟ ନିଜ ଟ୍ବିଟରେ ଡି ଲାଙ୍ଗଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏମିତି ଲେଖିଛି । ଏହା ସ୍କଟ୍‌ଲ୍ୟାଣ୍ଡ କ୍ରିକେଟ ପାଇଁ ଏକ ଦୁଖଃଦ ଖବର । ଆଜି ଆମ ଦଳର ଜଣେ ପ୍ରତିଭାଶାଳୀ କ୍ରିକେଟରଙ୍କ ପରଲୋକ ଘଟିଛି । ସେ ଦଳ ପାଇଁ ଦୀର୍ଘ ଦିନ ଧରି ନିଜର ଯୋଗଦାନ ଦେଇଥିଲେ । ଏହି କଷ୍ଟ ଦାୟକ ମୁହୁର୍ତ୍ତରେ ଆମେ ତାଙ୍କ ପରିବାର ସହ ଠିଆ ହେବୁ।

ତେବେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଡି ଲାଙ୍ଗ ସ୍କଟଲ୍ୟାଣ୍ଡ୍ ପକ୍ଷରୁ ୨୧ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି । ସେ ୨୦୧୫ରେ ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ମ୍ୟାଚରେ ନିଜର ଅନ୍ତର୍ଜାତୀୟ କ୍ରିକେଟ ଡେବ୍ୟୁ କରିଥିଲେ । ବାମହାତୀ ସ୍ପିନର ଭାବେ ସେ ୨୪ ୱିକେଟ୍ ନେଇଛନ୍ତି।

ଅଧିକ ପଢନ୍ତୁ-ବିଶ୍ବକପ: ଜାଣନ୍ତୁ, ଟିମ୍ ଇଣ୍ଡିଆର କିଏ କେଉଁ ସ୍ଥାନରେ ଖେଳିବେ ?

୨୦୧୭ ଜୁନ ମାସରେ ଜିମ୍ବାୱେ ବିପକ୍ଷ ମ୍ୟାଚରେ ସେ (୫/୬୦) କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ । ଯେଉଁଥିରେ ସ୍କଟଲ୍ୟାଣ୍ଡ୍ ଅନ୍ତର୍ଜାତୀୟ ଦିନିକିଆରେ ପ୍ରଥମ ବିଜୟ ହାସଲ କରିଥିଲା। ଏହା ପରେ ସେ ଆଉ ମାତ୍ର ୫ଟି ମ୍ୟାଚ ଖେଳିବାକୁ ସକ୍ଷମ ହୋଇଥିଲେ । ଲଗାତାର ଅସୁସ୍ଥତା କାରଣରୁ ସେ ଧୀରେ ଧୀରେ କ୍ରିକେଟରେ ଦୂରେଇ ଯାଇଥିଲେ।

2018 ଅକ୍ଟୋବରରେ ତାଙ୍କୁ ବ୍ରେନ୍ ଟ୍ୟୁମର ହୋଇଥିବା ତାଙ୍କ ପରିବାରଠାରୁ ସୂଚନା ମିଳିଥିଲା । ମାତ୍ର ତାଙ୍କର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା । ଫଳରେ ବ୍ରେନ ଟ୍ୟୁମର ନାମକ ଏକ ଚାରିଠି ଗଠନ କରାଯାଇ ତାଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.