ETV Bharat / sports

ସିଡନୀରେ ବର୍ଣ୍ଣବୈଷମ୍ୟ: 'ବୁମରା, ସିରାଜଙ୍କ ସହ ଯାହା ଘଟିଲା ଆଦୌ ଗ୍ରହଣୀୟ ନୁହେଁ'

author img

By

Published : Jan 11, 2021, 7:50 PM IST

ଭାରତୀୟ କାମଚଳା ଟେଷ୍ଟ କ୍ୟାପଟେନ ଅଜିଙ୍କ୍ୟ ରାହାଣେ ସୋମବାର ବର୍ଣ୍ଣବୈଷମ୍ୟ ବା ଜାତିଆଣ ଆକ୍ଷେପ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

SCG racism row: What happened with Siraj, Bumrah not acceptable, says Rahane
ସିଡନୀରେ ବର୍ଣ୍ଣବୈଷମ୍ୟ: 'ବୁମରା, ସିରାଜଙ୍କ ସହ ଘଟିଲା ଗ୍ରହଣୀୟ ନୁହେଁ'

ସିଡନୀ: ଭାରତୀୟ କାମଚଳା ଟେଷ୍ଟ କ୍ୟାପଟେନ ଅଜିଙ୍କ୍ୟ ରାହାଣେ ସୋମବାର ବର୍ଣ୍ଣବୈଷମ୍ୟ ବା ଜାତିଆଣ ଆକ୍ଷେପ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି । ମହମ୍ମଦ ସିରାଜଙ୍କ ସହ ତୃତୀୟ ଟେଷ୍ଟର ତୃତୀୟ ଦିନ ଓ 4ର୍ଥ ଦିନରେ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ । ଏହା ଆଦୌ ଗ୍ରହଣୀୟ ନୁହେଁ ଓ ବିଶ୍ବର କୌଣସି ସ୍ଥାନରେ ଘଟିବା ଉଚିତ ନୁହେଁ ।

ସିଡନୀ କ୍ରିକଟ ଗ୍ରାଉଣ୍ଡରେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ପ୍ରତି ଅଷ୍ଟ୍ରେଲୀୟ ଦର୍ଶକ ଜାତିଆଣ ଅକ୍ଷେପ ସହ ଅପଶବ୍ଦ ପ୍ରୟୋଗ କରିଥିଲେ । ଏନେଇ ଶନିବାର ଔପଚାରିକ ଭାବେ ଭାରତୀୟ ଟିମ ଅଭିଯୋଗ କରିଥିଲା । ରାହାଣେ କହିଛନ୍ତି ଦର୍ଶକଙ୍କ ବ୍ୟବହାରରେ ଭାରତୀୟ ଟିମ ଅତିଷ୍ଠ ।

"ଆମେ ଅଭିଯୋଗ ଦାଖଲ କରିଛୁ, ଅଧିକାରୀମାନେ ଘଟଣାର ଅନୁଧ୍ୟାନ କରୁଛନ୍ତି । ଯାହା କିଛି ଘଟିଛି ଅମ୍ପାୟର ଓ ମ୍ୟାଚ ରେଫ୍ରୀଙ୍କୁ ଘଟଣା ନେଇ ଅବଗତ କରାଇଛି । ଏହା ବିଶ୍ବରେ କୌଣସି ସ୍ଥାନରେ ହେବା ଅନୁଚିତ, ଏ ପ୍ରକାର ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ।" ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରାହାଣେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.