ରାଞ୍ଚି: ପୂର୍ବତନ ଭାରତୀୟ ଅଧିନାୟକ ଏମ୍ ଏସ୍ ଧୋନିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । କାରଣ , କୋଭିଡ-19 ବିପକ୍ଷ ଲଢେଇରେ ମାହି ଦେଇଥିବା ଲକ୍ଷେ ଟଙ୍କାର ଆର୍ଥିକ ସହାୟତା ।
ସୋସିଆଲ ମିଡିଆରେ ଲୋକେ ଲେଖିଛନ୍ତି ଧୋନି 800କୋଟି ଟଙ୍କା ଆୟ କରୁଛନ୍ତି କିନ୍ତୁ ମାତ୍ର ଲକ୍ଷେ ଟଙ୍କା ଦାନ କରିଛନ୍ତି । ଏହାପରେ ମାହିଙ୍କ ଧର୍ମପତ୍ନୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, ମୁଁ ସମସ୍ତ ମିଡିଆ ହାଉସକୁ ନିବେଦନ କରୁଛି ଏପରି ସମ୍ବେଦନଶୀଳ ସମୟରେ ଦୟାକରି ମିଛ ଖବର ପ୍ରଚାର କରନାହିଁ । ଆପଣମାନଙ୍କୁ ଲଜ୍ଜା ଅସିବା କଥା । ଆଶ୍ଚର୍ଯ୍ୟର କଥା ଦାୟିତ୍ବବାନ ପତ୍ରକାରିତା ଗଲା କୁଆଡେ ।
ଖବରମୁତାବକ, ପୁଣେର ଏକ ଏନଜିଓ 12.5 ଲକ୍ଷର ଫଣ୍ଡ ସଂଗ୍ରହ କରୁଥିଲା । ଶ୍ରମିକଙ୍କ ସାହାଯ୍ୟ ପାଇଁ ଏହି ରାଶି ବିନିମୟ କରାଯିବ । ତେବେ ଲକ୍ଷେ ଟଙ୍କା କମ୍ ପଡିବାରୁ ଧୋନି ନିଜ ତରଫରୁ ଲକ୍ଷେ ଟଙ୍କାର ସହାୟତା ଦେଇଥିଲେ । ଏହି ଫଣ୍ଡ ସଂଗ୍ରହ କରିବାରେ ମାହି ଅଧିକ ରାଶିର ସହାୟତା କରିଛନ୍ତି କିନ୍ତୁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଇଛି ।