ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଶନ ପୋଲକ୍ କହିଛନ୍ତି ଯେ ସଚିନ ତେନ୍ଦୁଲକର ତାଙ୍କୁ ଥରେ କହିଥିଲେ ଯେ ଅଷ୍ଟ୍ରେଲିଆରେ “ସର୍ଟ-ପିଚ୍” ବୋଲିଂକୁ ମୁକାବିଲା କରିବା ତାଙ୍କୁ କଷ୍ଟସାଧ୍ୟ ଥିଲା । କିନ୍ତୁ ୱିକେଟକିପର ଏବଂ ସ୍ଲିପ୍ ଅଞ୍ଚଳରେ ସେ ସର୍ଟ-ପିଚ୍ ସହଜରେ ଖେଳିପାରୁଥିଲେ ।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ପୋଲକ କହିଛନ୍ତି, ‘‘ ସଚିନ ଅଷ୍ଟ୍ରେଲିଆ ଯିବା ବିଷୟରେ ଥରେ ମୋ ସହ କଥା ହୋଇଥିଲେ । ତେବେ ଦୀର୍ଘ ସମୟ ବ୍ୟାଟିଂ କରିବା ପରେ ସେ ଆଉ ସର୍ଟ ପିଚ୍ ବଲ ଖେଳିପାରିବାକୁ ସକ୍ଷମ ନଥିଲେ ବୋଲି ମୋତେ କହିଥିଲେ । ’’ ଉଭୟ ଫର୍ମାଟରେ 3500 ରୁ ଅଧିକ ରନ୍ ସ୍କୋର କରିବା ବ୍ୟତୀତ 393 ଦିନିକିଆ ୱିକେଟ୍ ଏବଂ 421 ଟେଷ୍ଟ ୱିକେଟ ପୋଲକ୍ଙ୍କ ନାମରେ ରହିଛି । ପୋଲକ୍ କହିଛନ୍ତି ଯେ, ଏପରି ଏକ ସମୟ ଥିଲା, ଯେତେବେଳେ ତେନ୍ଦୁଲକରଙ୍କୁ ଆଉଟ କରିବା ପାଇଁ ସେମାନଙ୍କର ସମସ୍ତ ଯୋଜନା ଫେଲ ମାରୁଥିଲା । ସେତେବେଳେ ଆମେ ତେନ୍ଦୁଲକରଙ୍କ ଭୁଲ୍ କରିବାକୁ ଅପେକ୍ଷା କରୁଥିଲୁ । ’’
ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚିତ ହୋଇଥିବା ତେନ୍ଦୁଲକର ସମସ୍ତ ତିନୋଟି ଫର୍ମାଟରେ 34,357 ଆନ୍ତର୍ଜାତୀୟ ରନ୍ ସଂଗ୍ରହ କରିବା ପରେ ତାଙ୍କର ଚମତ୍କାର କ୍ୟାରିୟର ଶେଷ କରିଥିଲେ | ସେ ଦିନିକିଆରେ 18,426 ରନ୍ ଏବଂ ଟେଷ୍ଟରେ 15,921 ରନ୍ ସ୍କୋର କରିଥିଲେ ।