ETV Bharat / sports

ସଚିନଙ୍କ ସହ ନିଜର ପ୍ରଥମ ସାକ୍ଷାତକାରକୁ ମନେ ପକାଇଲେ ରହାଣେ

ଭାରତୀୟ ଟେଷ୍ଟ ଟିମର ଉପଅଧିନାୟକ ଅଜିଙ୍କ୍ୟ ରହାଣେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମଜିନ ଅବସରରେ ତାଙ୍କ ସହ ହୋଇଥିବା ପ୍ରଥମ ସାକ୍ଷାତକାରକୁ ମନେ ପକାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 24, 2020, 11:05 PM IST

Updated : Apr 25, 2020, 9:31 AM IST

ସଚିନଙ୍କ ସହ ନିଜର ପ୍ରଥମ ଭେଟକୁ ମନେ ପକାଇଲେ ରହାଣେ

ମୁମ୍ବାଇ: ଭାରତୀୟ ଟେଷ୍ଟ ଟିମର ଉପଅଧିନାୟକ ଅଜିଙ୍କ୍ୟ ରହାଣେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ହୋଇଥିବା ପ୍ରଥମ ସାକ୍ଷାତକାରକୁ ମନେ ପକାଇଛନ୍ତି ।

ajinkya rahane
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ

ରହାଣେ ଗୁରୁବାର ସୋସିଆଲ ମିଡିଆରେ ନିଜର ପ୍ରଥମ ଦିନର ଅନୁଭୂତି ସେୟାର କରିଛନ୍ତି । ସେ ନିଜର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ମୁଁ 14 ବର୍ଷର ଥିଲି ଏବଂ ମୁଁ ମୋ କୋଚଙ୍କୁ ସଚିନଙ୍କ ସହ ସାକ୍ଷାତ କରିବାକୁ ଚାହୁଁଥିବା କଥା କହିଥିଲି । ଏହା ପରେ କୋଚ ସଚିନଙ୍କ ସହ କଥା ହୋଇଥିଲେ । ସଚିନ କହିଥିଲେ ଯେ, ରହାଣେଙ୍କୁ ସନ୍ଧ୍ୟା 4.30ରେ ପଠେଇ ଦେବ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ@ajinkyarahane

ରହାଣେ ସେଦିନ ଏତେ ଉତ୍ସାହିତ ଥିଲେ ଯେ ସନ୍ଧ୍ୟା 4.30 ବଦଳେ ସକାଳ 9.30ରୁ ତାଙ୍କୁ ଭେଟିବାକୁ ପଳେଇଥିଲେ । ରହାଣେ କହିଛନ୍ତି ଯେ, ମୁଁ ଉତ୍ସାହିତ ଥିଲି ଓ ଡରୁ ବି ଥିଲି । ସେତେବେଳେ ମୁଁ ଡୋମ୍ବିବିଲରେ ରହୁଥିଲି । ସେଠାରୁ ଦାଦର ଗଲି । ଦାଦରରେ ମୋ କୋଚ ରହୁଥିଲେ । ସେତେବେଳକୁ ସକାଳ 9.30 ହୋଇଥିଲା । ମୋ କୋଚ ପଚାରିଲେ ତମେ ଏବେ ଏଠାରେ କ'ଣ କରୁଛ । ମୁଁ ଜଲଦି ପଳେଇ ଆସିଛି, ସଚିନଙ୍କ ସହ ଦେଖା ହେବାର ସୁଯୋଗ ହାତ ଛଡା କରିବାକୁ ଚାହୁଁ ନାହିଁ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଦାଦର ଷ୍ଟେସନ ବାହାରେ ବୁଲୁଥିଲି । ସଚିନଙ୍କୁ ଦେଖା କରିବି ବୋଲି ଏତେ ଉତ୍ସାହିତ ଥିଲି । ସେ ସମୟରେ କଣ କରୁଥିଲି ମତେ ବି ଜଣା ନାହିଁ । ପ୍ରଥମ ଥର ପାଇଁ ତାଙ୍କ ଘରେ ସାକ୍ଷାତ କରିଥିଲି । ସଚିନଙ୍କ ଅଟୋଗ୍ରାଫ ନେଲି ଓ କ୍ରିକେଟ ସମ୍ବନ୍ଧରେ କଥା ହେଲି ।

Last Updated : Apr 25, 2020, 9:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.