ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ମାଧବ ଆପ୍ଟେଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ହୋଇଥିଲା । ଅକ୍ଟୋବର 5 ତାଙ୍କର 87 ତମ ଜନ୍ମଦିନ ରହିଥିଲା ।
ମାଧବ ଆପ୍ଟେଙ୍କର ନିଧନରେ ଭାରତୀୟ କ୍ରିକେଟ ଜଗତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମହାରାଷ୍ଟ୍ର କ୍ରିକେଟ ଆସୋସିଏନ ପକ୍ଷରୁ ଆପ୍ଟେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳୁଥିଲେ । ନିଜ ସମୟର ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ଥିଲେ ଆପ୍ଟେ । ଏନେଇ ମୁମ୍ବାଇ କ୍ରିକେଟ ଆସୋସିଏନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ଥିବା ଏକ ଟ୍ବିଟ କରାଯାଇଛି । ବୟସ ତାଙ୍କ ପାଖେ ହାର ମାନିଥିଲା । 71 ବର୍ଷ ପର୍ଯ୍ୟନ୍ତ ସେ କ୍ରିକେଟ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ଥିଲେ । ଅଧିକ ସୁଯୋଗ ଆପ୍ଟେଙ୍କୁ ମିଳିନଥିଲା ।
ତଥାପି ତାଙ୍କର ଟେଷ୍ଟ କ୍ରିକେଟରେ ଆଭରେଜ ପାଖାପାଖି 50 ରହିଥିଲା । ନିଜର 17 ବର୍ଷର ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ 1951-52 ଆରମ୍ଭ କରି 1967-68 ମଧ୍ୟରେ ସେ 67ଟି ମ୍ୟାଚ ଖେଳିଛନ୍ତି । ସେ 6ଟି ଶତକ ଓ 16ଟି ଅର୍ଧଶତକ ସହାୟତାରେ 3,336 ରନ ସଂଗ୍ରହ କରିଛନ୍ତି । 1952 ନାଗପୁରରେ ମାଧବ ଆପ୍ଟେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିଥିଲେ ।
ପୂ୍ର୍ବତନ ଭାରତୀୟ କ୍ରିକେଟର ୱାସିଙ୍ଗ ଜାଫର ଓ ବିନୋଦ କାମ୍ବଲିଙ୍କୁ ସେ ମହାରାଷ୍ଟ୍ର ପକ୍ଷରୁ ଖେଳିବାର ସୁଯୋଗ ଦେଇଥିଲେ । ଆପ୍ଟେଙ୍କ ବିୟୋଗରେ ୱାସିଂ ଜାଫର ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ମୁମ୍ବାଇ ଓ ଭାରତୀୟ କ୍ରିକେଟ ଜଣେ ମହାନ ଖେଳାଳିଙ୍କୁ ହରାଇଲା । ସଚିନ ଲେଖିଛନ୍ତି ତାଙ୍କୁ 14 ବର୍ଷ ବୟସରେ ଶିବାଜୀ ପାର୍କରେ ମାଧବ ଆପ୍ଟେ ସାରଙ୍କ ବିପକ୍ଷରେ ଖେଳିଥିଲେ । ସବୁ ସମୟରେ ସାର୍ ସାହାଯ୍ୟ ଓ ସହଯୋଗ ସହ ଅନେକ ଶିକ୍ଷା ଦେଇଛନ୍ତି ।
ମହମ୍ମଦ କୈଫ ଓ ବିନୋଦ କାମ୍ବଲି ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କୈଫ ଟ୍ବିଟରେ ଲେଖିଛନ୍ତି ମାଧବ ଆପ୍ଟେ ସାର ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ । ବିନୋଦ କାମ୍ବଲି ଲେଖିଛନ୍ତି ଛୋଟବେଳୁ ଆପ୍ଟେ ସାରଙ୍କ କଥା ଓ ତାଙ୍କର ଉପଦେଶ ମାନି ବଡ ହୋଇଛୁ । ସାର୍ଙ୍କ ସହିତ କ୍ରିକେଟ ଖେଳିବାର ସୌଭାଗ୍ୟ ପାଇଥିବାରୁ ସେ ଗର୍ବିତ ।