ETV Bharat / sports

ରୋମାଞ୍ଚକର ସ୍ଥିତିରେ ସେଞ୍ଚୁରିଆନ ଟେଷ୍ଟ, 175 ରନରେ ଆଗୁଆ ଡୁପ୍ଳେସିସ ସେନା - 2ୟ ଦିନ ଖେଳ ଶେଷ

ରୋମାଞ୍ଚକର ସ୍ଥିତିରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ସେଞ୍ଚୁରିଆନ ଟେଷ୍ଟ । 2ୟ ଦିନ ଖେଳ ଶେଷ ସୁଦ୍ଧା 175 ରନରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା । ଅଧିକ ପଢନ୍ତୁ...

SA vs ENG
ସେଞ୍ଚୁରିଆନ ଟେଷ୍ଟ
author img

By

Published : Dec 28, 2019, 6:44 AM IST

ସେଞ୍ଚୁରିଆନ: ରୋମାଞ୍ଚକର ସ୍ଥିତିରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ସେଞ୍ଚୁରିଆନ ଟେଷ୍ଟ । 2ୟ ଦିନ ଖେଳ ଶେଷ ସୁଦ୍ଧା 175 ରନରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା । ପ୍ରଥମ ଇଂନିସରେ ଇଂଲଣ୍ଡ ମାତ୍ର 53.2 ଓଭର ଖେଳି 181 ରନରେ ଅଲଆଉଟ ହେବାପରେ ମ୍ୟାଚରେ ରୋମାଞ୍ଚ ବଢିଛି । ଏହି ସିରିଜ ପରେ ଅବସର ଘୋଷଣା କରିଥିବା ଭର୍ଣ୍ଣନ ଫିଲାଣ୍ଡର ଘାତକ ବୋଲିଂ କରଥିଲେ । ଫିଲାଣ୍ଡର 4ଟି, ରବାଡା 3ଟି ଓ ଆନିରଚ ନର୍ଟଜେ 2ଟି ୱିକେଟ ଅକ୍ତିଆର କରିଥିଲେ ।

SA vs ENG
ଦକ୍ଷିଣ ଆଫ୍ରିକା ଟିମ

ପ୍ରଥମ ଟସ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମ ଇଂନିସରେ 284 ରନ କରିଥିଲା । ତେବେ 2ୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକାର 2ୟ ଇଂନିସ ସ୍କୋର 72/4 ରହିଛି । ଫଳରେ ଇଂଲଣ୍ଡ ଠାରୁ ମୋଟ 175 ରନରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା । 2ୟ ଦିନରେ ମୋଟ 15 ୱିକେଟ ପତନ ହୋଇଥିବାବେଳେ, ଦକ୍ଷିଣ ଆଫ୍ରିକାର ପଲ୍ଲା ଭାରୀ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.