କେପଟାଉନ: ଇଂଲଣ୍ଡ ବିପକ୍ଷ 2ୟ ଟେଷ୍ଟରୁ ଆହତ ହୋଇ ଦଳରୁ ବାଦ ପଡିଛନ୍ତି ଆଡନ ମାକ୍ରମ । ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ କେଗାନ ପିଟରସନଙ୍କୁ ଦଳରେ ସାମିଲ କରାଯାଇଛି । ଏନେଇ ସ୍ପଷ୍ଟ କରିଛି କ୍ରିକେଟ ଦକ୍ଷିଣ ଆଫ୍ରିକା ।
ପିଟରସନ ସମ୍ଭବତଃ କେପଟାଉନରେ ଖେଳାଯିବାକୁ ଥିବା 2 ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅନ୍ତଜାର୍ତୀୟ ଟେଷ୍ଟ ଡେବ୍ୟୁ କରିପାରନ୍ତି । ସିଏସଏସ ଘରୋଇ ସିଜିନରେ ଦମଦାର ପ୍ରଦର୍ଶନ କରିଛନ୍ତି ଏହି ଯୁବ କ୍ରିକେଟର । ଇଂଲଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଏ ଟିମରୁ ଖେଳି ପିଟରସନ 111 ରନର ଇଂନିସ ଖେଳିଥିଲେ ।
26 ବର୍ଷିୟ କେଗାନ ପିଟରସନ 88ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି 40.66 ଆଭରେଜରେ 5,490 ରନ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ ଅପରାଜିତ 225 ରନ ତାଙ୍କର ସର୍ବାଧିକ ସ୍କୋର ରହିଛି ।