ETV Bharat / sports

ଦକ୍ଷିଣ ଆଫ୍ରିକା ଖେଳାଳି କୋରୋନା ପଜିଟିଭ, ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ସ୍ଥଗିତ - ପ୍ରଥମ ଦିନିକିଆ ସ୍ଥଗିତ

ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳି କୋଭିଡ-19 ପଜିଟିଭ ଚିହ୍ନଟ ହେବାପରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ସ୍ଥଗିତ । ଅଧିକ ପଢନ୍ତୁ...

SA vs ENG: 1st ODI postponed after Proteas player tests COVID-19 positive
ଦକ୍ଷିଣ ଆଫ୍ରିକା ଖେଳାଳି କୋରୋନା ପଜିଟିଭ, ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ସ୍ଥଗିତ
author img

By

Published : Dec 4, 2020, 5:49 PM IST

କେପଟାଉନ: ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ କ୍ରିକେଟରେ ସିରିଜରେ କୋରୋନା କଣ୍ଟା । ଘରୋଇ ଦଳର ଜଣେ ଖେଳାଳି କୋଭିଡ-19 ପଜିଟିଭ ଚିହ୍ନଟ ହେବାପରେ ପ୍ରଥମ ଦିନିକିଆ ମ୍ୟାଚ ସ୍ଥଗିତ ହୋଇଛି ।

ଶୁକ୍ରବାର ନ୍ୟୁଲ୍ୟାଣ୍ଡରେ ପ୍ରଥମ ଦିନିକିଆ ଖେଳାଯିବା ନେଇ ସୂଚୀ ରହିଥିଲା । ପୂର୍ବରୁ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ତୃତୀୟ ମ୍ୟାଚକୁ 9 ୱିକେଟରେ ଜିତିବା ସହ କ୍ଳିନ ସୁଇପ କରିଛି ଇଂଲଣ୍ଡ ।

ଦିନିକିଆ ସିରିଜ ନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) ଏକ ବିବୃତି ଜାରି କରିଛି । ରବିବାର ଏୟୁରୋଲକ୍ସ ବୋଲାଣ୍ଡ ପାର୍କ, ପାର୍ଲରେ ପ୍ରଥମ ଦିନିକିଆ ଖେଳାଯିବ ବୋଲି ଘୋଷଣା କରିଛି ବୋର୍ଡ । ଦ୍ବିତୀୟ ଓ ତୃତୀୟ ଦିନିକିଆ ଯଥାକ୍ରମେ ଡିସେମ୍ବର 6 ଓ 7ରେ ନ୍ୟୁଲ୍ୟାଣ୍ଡ ଓ କେପଟାଉନରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.