ETV Bharat / sports

କୋରୋନା ଭୟ: ମଙ୍ଗଳବାର ଘରକୁ ଫେରିଯିବ ଦକ୍ଷିଣ ଆଫ୍ରିକା

author img

By

Published : Mar 15, 2020, 11:42 PM IST

ମଙ୍ଗଳବାର ଭାରତ ଛାଡିବ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ । ଭାରତ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଥିଲା ।

sa-team-to-reach-kolkata-on-monday-leave-for-home-on-tuesday
କୋରୋନା ଭୟ: ମଙ୍ଗଳବାର ଘରକୁ ଫେରି ଯିବ ଦ.ଆଫ୍ରିକା ଦଳ

କୋଲକୋତା: ମଙ୍ଗଳବାର ଭାରତ ଛାଡିବ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ । ଭାରତ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଥିଲା ଦଳର । ତେବେ ସୋମବାର କୋଲକାତାରେ ପହଞ୍ଚିବେ ଭ୍ରମଖାରୀ ଦଳ । ଯେଉଁଠାରୁ ସେମାନେ ପରଦିନ ନିଜ ଦେଶ ଅଭିମୁଖେ ବାହାରିବେ । ଏନେଇ ସୂଚନା ଦେଇଛନ୍ତି ବେଙ୍ଗାଲୁରୁର କ୍ରିକେଟ୍ ଆସୋସିଏସନ୍ ସଭାପତି ଅବିଶେକ୍ ଡାଲମିଆ ।

ଡାଲମିଆ କହିଛନ୍ତି, "ସେମାନେ ଆସନ୍ତାକାଲି ଏଠାରେ ଅବତରଣ କରିବେ ଏବଂ ତା’ପରେ ସକାଳେ ବିଦାୟ ନେବେ । ବିସିସିଆଇ ସେହି ଅନୁଯାୟୀ ବିମାନବନ୍ଦର ନିକଟରେ ବ୍ୟବସ୍ଥା କରିବାକୁ ଚେଷ୍ଟା କରୁଛି । ତେବେ ସୁରକ୍ଷା ବ୍ୟବସ୍ତା ପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୂଚନା ଦେଇଛୁ।"

ସୂଚନାଥାଉ ମାର୍ଚ୍ଚ 12 ରୁ 18 ପର୍ଯ୍ୟନ୍ତ 3 ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବାକୁ ସ୍ଥିର ହୋଇଥିଲା। ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇଯିବା ପରେ ମାର୍ଚ୍ଚ 12ରେ କରୋନା ଭାଇରସ୍ ପାଇଁ ବାକି ଦୁଇଟି ମ୍ୟାଚ ମଧ୍ୟ ବାତିଲ କରାଯାଇଥିଲା । ଲକ୍ଷ୍ନୌ (ମାର୍ଚ୍ଚ 15) ଏବଂ କୋଲକାତା (ମାର୍ଚ୍ଚ 18) ରେ ହେବାକୁ ଥିଲା ବାକି ଦୁଇଟି ମ୍ୟାଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.