ନୂଆଦିଲ୍ଲୀ: ଶେଷ ହେବ ଭାରତୀୟ ପେସ ବୋଲର ଏସ ଶ୍ରୀସନ୍ଥଙ୍କ ଆଜୀବନ ବାସନ୍ଦାଦେଶ । ମଙ୍ଗଳବାର କ୍ରିକେଟର ଶ୍ରୀସନ୍ଥଙ୍କ ଉପରେ ବିସିସିଆ ବାସନ୍ଦ କଟକଣା କୋହଳ କରିଛି । ଆଜୀବନ ବାସନ୍ଦକୁ କମାଇ ୭ ବର୍ଷର କଟକଣା ସ୍ଥିର କଲା ବିସିସିଆଇ । ପ୍ରକାଶ ଯେ, ସ୍ପଟ ଫିକ୍ସଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଶ୍ରୀସନ୍ଥ । ପରେ ବିସିସିଆଇ ଶ୍ରୀସନ୍ଥଙ୍କୁ କ୍ରିକେଟରୁ ଆଜୀବନ ବାସନ୍ଦାଦେଶ ଦଣ୍ଡ ଶୁଣାଇଥିଲା ।
2013 ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିଲେ ଶ୍ରୀସନ୍ଥ । ମୋହାଲିରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଉଥିଲା । ଏହି ମ୍ୟାଚରେ ଶ୍ରୀସନ୍ଥ ନିଜର 2ୟ ଓଭରରେ 10 ଲକ୍ଷ ଟଙ୍କା ବଦଳରେ, 14ରନ ଦେଇ ଫିକ୍ସିଂ କରିଥିବା ଅଭିଯୋଗ ହୋଇଥିଲା । ପରେ ବିସିସିଆଇ ଏହି ମାମଲାରେ ଶ୍ରୀସନ୍ଥଙ୍କୁ ଦୋଷୀ ଦର୍ଶାଇ ଆଜୀବନ ବାସନ୍ଦାଦେଶ ଶୁଣାଇଥିଲା । 2013 ସେପ୍ଟେମ୍ବର 13ରୁ ଶ୍ରୀସନ୍ଥଙ୍କ ଉପରେ ଆଜୀବନ ବାସନ୍ଦାଦେଶ ଲାଗୁ ହୋଇଥିଲା ।
ତେବେ ମାର୍ଚ୍ଚ 15, 2019ରେ ସୁପ୍ରିମକୋର୍ଟ ବିସିସିଆଇ ଶୃଙ୍ଖଳା କମିଟିର ନିର୍ଦ୍ଦେଶନାମାକୁ ପୁନଃବିଚାର କରିବାକୁ କହିଥିଲେ । ଅଗଷ୍ଟ 7ରେ ଏହି ମାମଲା ବିସିସିଆଇ ଶୃଙ୍ଖଳା କମିଟିରେ ପାରିତ ହୋଇଛି । ବିସିସିଆଇ ଲୋକପାଳ ଡିକେ ଜେନ କହିଛନ୍ତି ନ୍ୟାୟର ଶେଷ ହୋଇଛି । ଶ୍ରୀସନ୍ଥ 7ବର୍ଷ ବାସନ୍ଦାଦେଶ ଭୋଗି ସାରିଛନ୍ତି । ସେ 36 ବର୍ଷରେ ପାଦ ଥାପିସାରିଛନ୍ତି । ତେଣୁ ଆଜୀବନ ବାସନ୍ଦାଦେଶ ଶେଷ କରିବାକୁ ନିଷ୍ପତ୍ତି ହୋଇଛି ।
2020 ଅଗଷ୍ଟ ସୁଦ୍ଧା ଶ୍ରୀସନ୍ଥଙ୍କ ବାସନ୍ଦାଦେଶ ଶେଷ ହେବା ନେଇ ଆଶା କରାଯାଉଛି । ଶ୍ରୀସନ୍ଥ ଟିମ ଇଣ୍ଡିଆ ପାଇଁ 27 ଟି ଟେଷ୍ଟ, 53ଟି ଦିନିକିଆ ଓ 10ଟି ଟି20 ମ୍ୟାଚ ଖେଳିଛନ୍ତି । ଶ୍ରୀସନ୍ଥ ଭାରତୀୟ ଦଳରେ ଶେଷଥର ପାଇଁ 2011ରେ ଖେଳିଥିଲେ ।