ETV Bharat / sports

ଧୋନିଙ୍କ ଅବସର ପଛର କାରଣ କହିଲେ ଘନିଷ୍ଠ ବନ୍ଧୁ - reason behind MS Dhoni's retirement

ଧୋନିଙ୍କ ଅବସର ଖବରର କିଛି ଦିନ ପରେ ଏହାର କାରଣ ଖୋଜି ବାହାର କରିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ତଥା ଧୋନିଙ୍କ ଅନ୍ୟତମ ଘନିଷ୍ଠ ବନ୍ଧୁ ଆରପି ସିଂ ।

ଧୋନିଙ୍କ ଅବସର ପଛର କାରଣ କହିଲେ ତାଙ୍କ ଘନିଷ୍ଠ ବନ୍ଧୁ

author img

By

Published : Aug 30, 2020, 10:50 PM IST

ନୂଆଦିଲ୍ଲୀ: ଅଗଷ୍ଟ 15, 2020 ରେ ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତେବେ ଧୋନିଙ୍କ ଅବସର ଖବରର କିଛି ଦିନ ପରେ ଏହାର କାରଣ ଖୋଜି ବାହାର କରିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ତଥା ଧୋନିଙ୍କ ଅନ୍ୟତମ ଘନିଷ୍ଠ ବନ୍ଧୁ ଆରପି ସିଂ ।

ଆରପିଙ୍କ ଆଶଙ୍କା ଯେ, 2020 ଟି-20 ବିଶ୍ବକପ ସ୍ଥଗିତ ରହିବା ଧୋନିଙ୍କ ଅବସର ପଛର ମୁଖ୍ୟ କାରଣ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମ୍ୟାଚ ଫିନିସ କରିବାର କ୍ଷମତା ତାଙ୍କ ପାଖରେ ଆଉ ରହି ନାହିଁ ବୋଲି ଧୋନି ବୋଧ ହୁଏ ଭାବି ନେଇଥିଲେ । ତେବେ ଶେଷଥର ପାଇଁ 2019 ବିଶ୍ବକପ ସେମିଫାଇନାଲରେ ନୀଳ ଜର୍ସିରେ ଭାରତ ପାଇଁ ଖେଳିଥିଲେ ମାହି ।

“ଅବଶ୍ୟ ଟି -20 କ୍ରିକେଟରେ ଧୋନି ଜଣେ ମହାନ ଖେଳାଳି ହୋଇ ସାରିଛନ୍ତି । କିନ୍ତୁ ସେ କୌଣସି ବଡ ଇଭେଣ୍ଟକୁ ଅପେକ୍ଷା କରିଥିଲେ । ଏହା ବ୍ୟତୀତ ବୟସ ଏବଂ ଫିଟନେସ୍ ମଧ୍ୟ ତାଙ୍କ ନିଷ୍ପତ୍ତିର ମୁଖ୍ୟ କାରଣ ସାଜିଛି । ଯଦି ଆପଣ ଆଇପିଏଲ୍ ଛାଡି ଦିଅନ୍ତି, ତେବେ ତାଙ୍କୁ ଗତ 12-15 ମାସ ମଧ୍ୟରେ ଦିନିକିଆରେ ସେ କୌଣସି ମ୍ୟାଚ ଖେଳି ନଥିଲେ । ତେଣୁ ସେ ଟି-20 କ୍ରିକେଟ ଖେଳି କ୍ୟାରିଅର ଶେଷ କରିବାକୁ ଚାହୁଁଥିଲେ’’ ବୋଲି ଆରପି ସିଂ କହିଛନ୍ତି ।

ତେବେ ଧୋନିଙ୍କ ଅବସର ପଛର ଅନ୍ୟ ଏକ କାରଣ ଏମିତି ହୋଇଥାଇ ପାରେ ବୋଲି ଆରପି କହିଛନ୍ତି, “2019 ବିଶ୍ବକପରେ ସେ ହୁଏତ 4 ନମ୍ବରରେ ବ୍ୟାଟିଂ କରିବାକୁ ଚାହୁଁଥିଲେ । କିନ୍ତୁ ଟିମ ମ୍ୟାନଜମେଣ୍ଟ ତାହା କରାଇ ଦେଲା ନାହିଁ । ସେହିପରି ସେ ମଧ୍ୟ ପୂର୍ବପରି ଆଉ ମ୍ୟାଚ ଶେଷ କରିବାରେ ସକ୍ଷମ ହୋଇ ପାରି ନଥିଲେ । ବୋଧହୁଏ ଏହା ମଧ୍ୟ ତାଙ୍କୁ ସଙ୍କେତ ଦେଲା ଯେ ସେ ତାଙ୍କ କ୍ୟାରିଅର ଶେଷ ଭାଗରେ ପହଞ୍ଚି ଯାଇଛନ୍ତି ବୋଲି ଆରପି ସିଂ କହଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.