ETV Bharat / sports

ଚେନ୍ନାଇ ଟେଷ୍ଟ, ପ୍ରଥମ ଦିନ: ହିଟ୍‌ମ୍ୟାନଙ୍କ ଦମଦାର 161, ଭାରତ 300/6 - ଚେନ୍ନାଇ ଟେଷ୍ଟ ଷ୍ଟମ୍ପ ଅପସାରଣ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ । ଅଧିକ ପଢନ୍ତୁ...

Rohit slams 161, India finish Day 1 on 300/6
ଚେନ୍ନାଇ ଟେଷ୍ଟ, ପ୍ରଥମ ଦିନ: ହିଟ୍‌ମ୍ୟାନଙ୍କ ଦମଦାର 161, ଭାରତ 300/6
author img

By

Published : Feb 13, 2021, 7:00 PM IST

ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି । ଓପନର ରୋହିତ ଶର୍ମାଙ୍କ ଦମଦାର 161 ରନ ବଳରେ ଦୃଢ ସ୍ଥିତିରେ ରହିଛି ଭାରତ । ଷ୍ଟମ୍ପ ଅପସାରଣ ସୁଦ୍ଧା ଘରୋଇ ଦଳର ସ୍କୋର 300/6 ରହିଛି ।

Rohit slams 161, India finish Day 1 on 300/6
ରୋହିତ ଶର୍ମା

ଋଷଭ ପନ୍ତ 33 ଓ ପଦାର୍ପଣ ମ୍ୟାଚ ଖେଳୁଥିବା ଅକ୍ସର ପଟେଲ 5 ରନ କରି ଅପରାଜିତ ଅଛନ୍ତି । ପୂର୍ବରୁ ଟସ ଜିତି ଭାରତୀୟ କ୍ୟାପଟେନ ବିରାଟ କୋହଲି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ବିନା କୌଣସି ଦଳୀୟ ରନରେ ଓପନର ଶୁଭମନ ଗିଲ୍‌ଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା ଭାରତ ।

ତେବେ ରୋହିତ ଶର୍ମା ଦ୍ବିତୀୟ ୱିକେଟ ଯୋଡିରେ ଚେତେଶ୍ବର ପୂଜାରାଙ୍କ ସହ ମିଶି 85 ରନ ଯୋଡିଥିଲେ । ପରେ ପୂଜାରା ଓ ପରେ ଖାତା ଖୋଲିବା ପୂର୍ବରୁ କ୍ୟାପଟେନ ବିରାଟ କୋହଲି ଆଉଟ ହୋଇଥିଲେ । ଫଳରେ ଭାରତର ସ୍କୋର 86/3 ହୋଇଯାଇଥିଲା ।

ମାତ୍ର ରୋହିତ, ଭାଇସ-କ୍ୟାପଟେନ ଅଜିଙ୍କ୍ୟ ରାହାଣେଙ୍କ ସହ ମିଶି ଚତୁର୍ଥ ୱିକେଟ ଯୋଡିରେ 162 ରନର ପାର୍ଟନରସିପ କରିଥିଲେ । ରୋହିତ 18 ଚୌକା ଓ ଦୁଇଟି ଛକା ସହାୟତାରେ ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.