ETV Bharat / sports

ସବୁଠାରୁ ସଫଳ ଆଇପିଏଲ କ୍ୟାପଟେନ ରୋହିତ: ଭିଭିଏସ ଲକ୍ଷ୍ମଣ - ସଫଳ ଅଧିନାୟକ ରୋହିତ ଶର୍ମା

ଆଇପିଏଲ ଇତିହାସର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମା ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଖେଳାଳି ଭିଭିଏସ ଲକ୍ଷ୍ମଣ । ଅଧିକ ପଢ଼ନ୍ତୁ...

Rohit Sharma's ability to handle pressure, most successful IPL captain,  VVS Laxman, ସଫଳ ଅଧିନାୟକ ରୋହିତ ଶର୍ମା, ଭିଭିଏସ ଲକ୍ଷ୍ମଣ
ସବୁଠାରୁ ସଫଳ ଆଇପିଏଲ କ୍ୟାପଟେନ ରୋହିତ: ଭିଭିଏସ ଲକ୍ଷ୍ମଣ
author img

By

Published : May 29, 2020, 8:25 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ କହିଛନ୍ତି ଯେ ଚାପଗ୍ରସ୍ତ ପରିସ୍ଥିତିରେ ମଧ୍ୟ ଶାନ୍ତ ରହିବାର କ୍ଷମତା ରୋହିତ ଶର୍ମାଙ୍କୁ ଆଇପିଏଲର ସବଠାରୁ ଶ୍ରେଷ୍ଠ ଅଧିନାୟକ କରିଛି ।

33 ବର୍ଷିୟ ରୋହିତଙ୍କ ଅଧିନାୟକତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ 4 ଥର ଆଇପିଏଲ ଟ୍ରଫି ହାତେଇଛି । ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନିଙ୍କ ଠାରୁ ମଧ୍ୟ ଆଗରେ ରହି ରୋହିତ ବର୍ତ୍ତମାନର ସବୁଛାରୁ ସଫଳ ଆଇପିଏଲ ଅଧିନାୟକ ହୋଇଛନ୍ତି ।

ଡେକାନ ଚାର୍ଜର୍ସ ଟିମରୁ ଆଇପିଏଲ ଆରମ୍ଭ କରିଥିବା ରୋହିତ କିପରି ଜଣେ ବ୍ୟାଟ୍ସମ୍ୟାନ ସହ ଜଣେ ସଫଳ ଅଧିନାୟକର ଦାୟିତ୍ବ ସୂଚାରୁ ରୂପେ ତୁଲାଇଛନ୍ତି ତାହା କହିଛନ୍ତି ଭିଭିଏସ ଲକ୍ଷ୍ମଣ ।

‘‘ସେ ଡେକାନ ଚାର୍ଜର୍ସ ଟିମର ଅଧିନାୟକ ହେଲେ । ଯେତେବେଳେ ସେ ପ୍ରଥମ ବର୍ଷ ଆଇପିଏଲ ଖେଳିବାକୁ ଆସିଲେ ସେ ଜଣେ ଯୁବ ଖେଳାଳି ଥିଲେ ଯିଏ କେବଳ ଟି-20 ବିଶ୍ବକପ ଖେଳି ଭାରତ ପାଇଁ ଅନ୍ତର୍ଜାତୀୟ ଟେବ୍ୟୁ କରିଥିଲେ । ମୁଁ ଭାବୁଛି ଚାପଗ୍ରସ୍ତ ପରିସ୍ଥିତିରେ ସେ ମିଡିଲ ଅର୍ଡରରେ ଯେଭଳି ଭାବରେ ବ୍ୟାଟିଂ କରୁଥିଲେ କାରଣ 2008 ଆଇପିଏଲର ପ୍ରଥମ ସିଜନରେ ତାଙ୍କ ଟିମ ସେତେଟା ଭଲ କରି ନଥିଲା । କିନ୍ତୁ ଆମ ପାଇଁ ରୋହିତ ଜଣେ ଭିନ୍ନ ପର୍ଫମର ଥିଲେ,’’ ବୋଲି ଲକ୍ଷ୍ମଣ କହିଛନ୍ତି ।

ରୋହିତ ଆଇପିଏଲ ଇତିହାସର ସବୁଠାରୁ ଅଧିକ ରନ ସ୍କୋର କରିଥିବା ଖେଳାଳିଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି । 188ଟି ମ୍ୟାଚରୁ 31.60 ଆଭରେଜ ସହ 4898 ରନ ସ୍କୋର କରିଛନ୍ତି ସେ । ତାଙ୍କର ସର୍ବାଧିକ ସ୍କୋର ହଉଛି 109 ନଟ ଆଉଟ ।

‘‘ପ୍ରତିଟି ମ୍ୟାଚରେ ପ୍ରତିଟି ସଫଳତାରେ ତାଙ୍କର ଆତ୍ମବିଶ୍ବାସ ବଢ଼ିଛି, ସେ କୋର ଗ୍ରୁପ ମଧ୍ୟରେ ଏବେ ରହିଛନ୍ତି, ଯୁବ ଖେଳାଳିଙ୍କୁ ସାହାଯ୍ୟ କରୁଛନ୍ତି, ନିଜ ମତାମତ ଦେଉଛନ୍ତି ଆଉ ତାହା ହେଉଛି ପ୍ରାରମ୍ଭିକ ଲକ୍ଷଣ,’’ କହିଛନ୍ତି ଲକ୍ଷ୍ମଣ ।

‘‘କିନ୍ତୁ ମୋ ପାଇଁ, ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା ସେ ଚାପଗ୍ରସ୍ତ ପରିସ୍ଥିତିକୁ ଯେପରି ପରିଚାଳନା କରିଥିଲେ । ଯେମିତି ପରିସ୍ଥିତି ହେଉ ତାଙ୍କ ବ୍ୟାଟିଂ ଦେଖାଇ ଦେଇଥିଲା ଯେ ସେ ପ୍ରସ୍ପୁଟିତ ହୋଇଛନ୍ତି । ସେଥିଲାଗି ସେ ଆଇପିଏଲ ଇତିହାସର ସବୁଠାରୁ ସଫଳ ଅଧିନାୟକ ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.