ETV Bharat / sports

ଟମ ମୁଡିଙ୍କ ବିଶ୍ବ ଟି-20 ଏକାଦଶରେ ରୋହିତ କ୍ୟାପଟେନ

author img

By

Published : Jul 14, 2020, 12:10 PM IST

ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ତଥା କୋଚ ଟମ ମୁଡି, ଏକ ବିଶ୍ବ ଟି-20 ଏକାଦଶ ଟିମ ଚୟନ କରିଛନ୍ତି । ଏହି ଟିମରେ କ୍ୟାପଟେନ ଭାବେ ବିରାଟ କୋହଲି ନୁହଁନ୍ତି ବରଂ ଓପନର ରୋହିତ ଶର୍ମାଙ୍କୁ ସେ ଚୟନ କରିଛନ୍ତି ।

Rohit Sharma to lead over Kohli in Moody's World T20 XI
ଟମ ମୁଡିଙ୍କ ବିଶ୍ବ ଟି-20 ଏକାଦଶରେ ରୋହିତ କ୍ୟାପଟେନ

କୋଲକାତା: ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ତଥା କୋଚ ଟମ ମୁଡି, ଏକ ବିଶ୍ବ ଟି-20 ଏକାଦଶ ଟିମ ଚୟନ କରିଛନ୍ତି । ଏହି ଟିମରେ କ୍ୟାପଟେନ ଭାବେ ବିରାଟ କୋହଲି ନୁହଁନ୍ତି ବରଂ ଓପନର ରୋହିତ ଶର୍ମାଙ୍କୁ ସେ ଚୟନ କରିଛନ୍ତି ।

ଅନ୍ୟପଟେ ମହେନ୍ଦ୍ର ସିଂହ ଧୋନିଙ୍କୁ ଏହି ଟିମରୁ ଆଶ୍ଚର୍ଯ୍ୟଜନକ ଭାବେ ସେ ବାଦ ଦେଇଛନ୍ତି । ୱିକେଟ କିପର ଭାବେ ୱେଷ୍ଟଇଣ୍ଡିଜର ନିକୋଲାସ ପୋରୋନଙ୍କୁ ଚୟନ କରିଛନ୍ତି ।

ତେବେ ଏହି ଟିମ ବର୍ତ୍ତମାନର ଖେଳାଳିଙ୍କୁ ନେଇ ଚୟନ କରାଯାଇଥିବା ସେ କହିଛନ୍ତି ।

ରୋହିତ ଶର୍ମାଙ୍କ ନେତୃତ୍ବରେ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ଥର ଆଇପିଏଲ ଟ୍ରଫି ବିଜେତା ହୋଇଛି । ଏଥିସହିତ ସୀମିତ ଓଭର କ୍ରିକେଟରେ ଟିମ ଇଣ୍ଡିଆର ଭାଇସ-କ୍ୟାପଟେନ ରହିଛନ୍ତି । ଟମ ମୁଡି ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର ପୂର୍ବରୁ କୋଚ ରହିଛନ୍ତି । 2016ରେ ମୁଡି କୋଚ ଥିବା ସମୟରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଚମ୍ପିଆନ ହୋଇଥିଲା ।

ୱିକେଟ କିପର ଭାବେ ଜସ ବଟଲର ପସନ୍ଦ ଥିଲେ ବୋଲି କହିଛନ୍ତି ମୁଡି । ମାତ୍ର 5ନଂ ସ୍ଥାନରେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଆବଶ୍ୟକ କରୁଥିବାରୁ ନିକୋଲାସ ପୋରୋନଙ୍କୁ ଚୟନ କରିଛନ୍ତି । ମଧ୍ୟକ୍ରମରେ ବାମହାତୀ ବ୍ୟାଟ୍ସମ୍ୟାନ ଯୋଗୁଁ ସନ୍ତୁଳିତ ଟିମ ହୋଇପାରିବ ବୋଲି ସେ ମତ ଦେଇଛନ୍ତି ।

2019 କ୍ରିକେଟ ବିଶ୍ବକପ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ପରଠାରୁ ଧୋନି, କୌଣସି ମ୍ୟାଚ ଖେଳିନଥିବାରୁ ତାଙ୍କୁ ଚୟନ କରିନଥିବା କହିଛନ୍ତି ମୁଡି ।

ମୁଡିଙ୍କ ବିଶ୍ବ ଏକାଦଶ: ଡେଭିଡ ୱାର୍ଣ୍ଣର, ରୋହିତ ଶର୍ମା(କ୍ୟାପଟେନ), ଏବି ଡି ଭିଲର୍ସ, ନିକୋଲାସ ପୋରୋନ, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ମିଚେଲ ଷ୍ଟାର୍କ, ରସିଦ ଖାନ, ଜଶପ୍ରୀତ ବୁମରା, ଜୋଫ୍ରା ଆର୍ଚର । ଦ୍ବାଦଶ ଖେଳାଳି: ରବିନ୍ଦ୍ର ଜାଡେଜା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.