ନୂଆଦିଲ୍ଲୀ: ଟିମ ଇଣ୍ଡିଆର ନିୟମିତ କ୍ୟାପଟେନ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କୁ ଦାୟିତ୍ବ ମିଳିଛି । ତେବେ ଏହି ମ୍ୟାଚ ପୂର୍ବରୁ ଟି20ରେ ସର୍ବାଧିକ ରନ କୋହଲିଙ୍କ ନାମରେ ରହିଥିଲା । ମାତ୍ର ରୋହିତ 10 ରନ କରିବା ସହ କୋହଲିଙ୍କୁ ଅତିକ୍ରମ କରିଛନ୍ତି।
77ଟି ମ୍ୟାଚରୁ କୋହଲି 2450 ରନ କରି ଶୀର୍ଷରେ ରହିଥିଲେ । ରୋହିତ 99ତମ ମ୍ୟାଚରେ 2452 ରନ କରି ଏହାକୁ ଅତିକ୍ରମ କରିଛନ୍ତି। ଏଥିସହିତ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଅଖ ମାଇଲଷ୍ଟୋନକୁ ମଧ୍ୟ ରୋହିତ ଅତିକ୍ରମ କରିଛନ୍ତି। ଧୋନି ଭାରତ ପାଇଁ 98 ଟି20 ମ୍ୟାଚ ଖେଳିଛନ୍ତି । ବାଂଲାଦେଶ ବିପକ୍ଷ ଟି20 ରୋହିତଙ୍କର 99ତମ ମ୍ୟାଚ।