ନୂଆଦିଲ୍ଲୀ: ଭାରତୀୟ ଓପନର ରୋହିତ ଶର୍ମା ବୁଧବାର ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଏକ ଟ୍ବିଟ କରିଛନ୍ତି । ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଦିଲ୍ଲୀ ହିଂସାକୁ ନିନ୍ଦା କରିବା ସହ ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ।
-
Not such a great sight in Delhi. Hope everything neutralises soon.
— Rohit Sharma (@ImRo45) February 26, 2020 " class="align-text-top noRightClick twitterSection" data="
">Not such a great sight in Delhi. Hope everything neutralises soon.
— Rohit Sharma (@ImRo45) February 26, 2020Not such a great sight in Delhi. Hope everything neutralises soon.
— Rohit Sharma (@ImRo45) February 26, 2020
ସେ ନିଜ ଟ୍ବିଟର ୱାଲରେ ଲେଖିଛନ୍ତି ‘‘ ଦିଲ୍ଲୀର ଏହି ଦୃଶ୍ୟ ଶୋଭନୀୟ ନୂହେଁ । ଆଶା କରୁଛି ଯଥା ଶୀଘ୍ର ଏହି ପରିସ୍ଥିତିରେ ସୁଧାର ଆସିଯାଉ ।’’ ତେବେ ରୋହିତଙ୍କ ବ୍ୟତିତ ଅନ୍ୟ କ୍ରିକେଟରମାନେ ମଧ୍ୟ ଟ୍ବିଟ କରି କ୍ଷୋଭ ପ୍ରକାଶ କରିଛନ୍ତି । ହରଭଜନ ସିଂ ଲେଖିଛନ୍ତି, ‘‘ନିଜ ନିଜ ମଧ୍ୟରେ କାହିଁ ଏହି ଆକ୍ରମଣ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଅନ୍ୟକୁ କ୍ଷତି ପହଞ୍ଚାନ୍ତୁ ନାହିଁ ।’’
ଉଲ୍ଲେଖଥାକି, ଗତ 3 ଦିନ ମଧ୍ୟରେ 27 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 200ରୁ ଉର୍ଦ୍ଧ୍ବ ଲୋକେ ଆହାତ ହୋଇଛନ୍ତି । ତେବେ ସିଏଏକୁ ବିରୋଧ କରିବାକୁ ଯାଇ ବିରୋଧି ଓ ସପକ୍ଷବାଦୀଙ୍କ ଏହି ହିଂସାକାଣ୍ଡ ଘଟିଛି ।