ETV Bharat / sports

ବିଶ୍ବ ଟେଷ୍ଟ ରାଙ୍କିଂର ସପ୍ତମ ସ୍ଥାନରେ ପନ୍ତ ଓ ରୋହିତ

author img

By

Published : Mar 10, 2021, 9:45 PM IST

ଆଇସିସି ଟେଷ୍ଟ ରାଙ୍କିଂରେ ସପ୍ତମ ସ୍ଥାନରେ ପହଞ୍ଚିଲେ ଭାରତୀୟ ଯୁବ ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ। ଆଇସିସି ପକ୍ଷରୁ ଜାରି ହୋଇଛି ତାଜା ଟେଷ୍ଟ ରାଙ୍କିଂ। ଅଧିକ ପଢ଼ନ୍ତୁ...

ବିଶ୍ବ ଟେଷ୍ଟ ରାଙ୍ଗିଂର ସପ୍ତମ ସ୍ଥାନରେ ପନ୍ତ ଓ ରୋହିତ

ଦୁବାଇ: ଆଇସିସି ଟେଷ୍ଟ ରାଙ୍କିଂରେ ସପ୍ତମ ସ୍ଥାନରେ ପହଞ୍ଚିଲେ ଭାରତୀୟ ଯୁବ ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ। ଆଇସିସି ପକ୍ଷରୁ ଜାରି ହୋଇଛି ତାଜା ଟେଷ୍ଟ ରାଙ୍କିଂ। ଏହି ତାଲିକାରେ ନିଜ ଟେଷ୍ଟ କ୍ୟାରିଅରର ସର୍ବୋତ୍ତମ ସ୍ଥାନରେ ରହିଛନ୍ତି ରିଷଭ ପନ୍ତ। ଇଲଂଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ ମ୍ୟାଚରେ ସେ ଶତକୀୟ ଇନିଂଶ ଖେଳିଥିଲେ। ଏହି ମ୍ୟାଚକୁ ଭାରତ ଗୋଟିଏ ଇନିଂଶ ଓ 25ରେ ଜିତି ନେଇଥିଲା।

ଏହି ସିରିଜରେ ରିଷଭ ପନ୍ତ ଭଲ ପ୍ରଦର୍ଶନ ଜାରି ରଖିଥିଲେ। ଏଥିପାଇଁ ସେ ଟେଷ୍ଟ ରାଙ୍କିଂରେ 14ତମ ସ୍ଥାନରୁ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ବର୍ତ୍ତମାନ ତାଙ୍କର 747 ପଏଣ୍ଟ ରହିଛି। ପନ୍ତଙ୍କ ସହ ରୋହିତ ଶର୍ମା ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ରହିଛନ୍ତି। ଉଭୟ ରୋହିତ ଶର୍ମା ଓ ରିଷଭ ପନ୍ତ ସପ୍ତମ ସ୍ଥାନରେ ରହିଛନ୍ତି। ସେହିଭଲି ଏହି ତାଲିକାରେ ଅଧିନାୟକ ବିରାଟ କୋହଲି 814 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।

ସେପଟେ ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ବର ପୂଜାରା 3ଟି ସ୍ଥାନ ତଳକୁ ଖସି 14 ଓ 13ତମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଗୁରୁତ୍ବପୂର୍ଣ୍ଣ ଭୁମିକା ନେଇଥିବା ୱାଶିଂଟନ ସୁନ୍ଦର 39ଟି ସ୍ଥାନ ଉପରକୁ ଉଠି 62ତମ ସ୍ଥାନରେ ପହଞ୍ଚିଛନ୍ତି। ବୋଲରମାନଙ୍କ ତାଲିକାରେ ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆ ପାଟ କମିନ୍ସ ପ୍ରଥମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ତାଲିକାର ଭାରତ ଏକମାତ୍ର ଖେଳାଳି ଭାବରେ ତୃତୀୟ ସ୍ଥାନରେ ରହିଛନ୍ତି ରବିନ୍ଦ୍ର ଜାଡେଜା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.