ETV Bharat / sports

ଆଇସିସି ଟି-20 ତାଲିକା ଜାରି, ଗୋଟିଏ ଗୋଟିଏ ସ୍ଥାନ ତଳକୁ ଖସିଲେ ରୋହିତ ଓ ବୁମରା

ଆଇସିସି ଟି-20 ରାଙ୍କିଂରେ ଗୋଟିଏ ଗୋଟିଏ ସ୍ଥାନ ତଳକୁ ଖସିଲେ ରୋହିତ ଶର୍ମା ଓ ଜଶପ୍ରୀତ ବୁମରା। ବୁଧବାର ଆଇସିସି ପକ୍ଷରୁ ଜାରି ହୋଇଛି କ୍ରିକେଟରଙ୍କ ଟି-20 ରାଙ୍କିଂ। ଅଧିକ ପଢ଼ନ୍ତୁ...

author img

By

Published : Mar 3, 2021, 10:57 PM IST

ଆଇସିସି ଟି-20 ତାଲିକା ଜାରି, ଗୋଟିଏ ଗୋଟିଏ ସ୍ଥାନ ତଳକୁ ଖସିଲେ ରୋହିତ ଓ ବୁମରା
ଆଇସିସି ଟି-20 ତାଲିକା ଜାରି, ଗୋଟିଏ ଗୋଟିଏ ସ୍ଥାନ ତଳକୁ ଖସିଲେ ରୋହିତ ଓ ବୁମରା

ନୂଆଦିଲ୍ଲୀ: ଆଇସିସି ଟି-20 ରାଙ୍କିଂରେ ଗୋଟିଏ ଗୋଟିଏ ସ୍ଥାନ ତଳକୁ ଖସିଲେ ରୋହିତ ଶର୍ମା ଓ ଜଶପ୍ରୀତ ବୁମରା। ବୁଧବାର ଆଇସିସି ପକ୍ଷରୁ ଜାରି ହୋଇଛି କ୍ରିକେଟରଙ୍କ ଟି-20 ରାଙ୍କିଂ। ଏହି ତାଲିକା ମୁତାବକ ରୋହିତ ଶର୍ମା ଗୋଟିଏ ସ୍ଥାନ ତଳକୁ ଖସି 14ତମ ସ୍ଥାନକୁ ଆସିଛନ୍ତି। ପୂର୍ବରୁ ସେ 13ତମ ସ୍ଥାନରେ ରହିଥିଲେ।

ସେପଟେ ଭାରତୀୟ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ମଧ୍ୟ ଗୋଟିଏ ସ୍ଥାନରେ ତଳକୁ ଖସି ଆସିଛନ୍ତି। ପୂର୍ବରେ ସେ ବୋଲର ତାଲିକାରେ 15ତମ ସ୍ଥାନରେ ରହିଥିଲେ। ତେବେ ବର୍ତ୍ତମାନ ସେ 16ତମ ସ୍ଥାନକୁ ଖସି ଆସିଛନ୍ତି। ସେପଟେ ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ ଓ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ରିଚାର୍ଡସନ ଗୋଟିଏ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ଗପ୍ଟିଲ ତିନୋଟି ସ୍ଥାନ ଉପରକୁ ଉଠି 11ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିଭଳି ରିଚାର୍ଡସନ ବୋଲର ତାଲିକାରେ 15ତମ ସ୍ଥାନରେ ପହଞ୍ଚିଛନ୍ତି।

ସେପଟେ ପୂର୍ବ ଭଳି ବ୍ୟାଟସମ୍ୟାନ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଷଷ୍ଠ ଓ କେଏଲ ରାହୁଲ ଦ୍ବିତୀୟ ସ୍ଥାନରେ କାୟମ ରହିଛନ୍ତି। ନ୍ୟୁଜିଲାଣ୍ଡର ଡେବନ କାନୱେ 46 ସ୍ଥାନ ଉପରକୁ ଉଠି 17ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିଭଳି ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାକ୍ର ଷ୍ଟୋନିସ 77ଟି ସ୍ଥାନ ଉପରକୁ ଉଠି 110ତମ ସ୍ଥାନରେ ପହଞ୍ଚିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.