ETV Bharat / sports

ଚହଳଙ୍କ ବିନା ଚହଳ ଟିଭି, ପନ୍ତଙ୍କୁ ସନ୍ତ କହିଲେ ରୋହିତ - ଋଷବ ପନ୍ତ

ମଙ୍ଗଳବାର ଟି-20 ସିରିଜ କ୍ଲିନ ସୁଇପ କଲା ପରେ ମ୍ୟାଚର ଶ୍ରେୟ ବନିଥିବା ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ସାକ୍ଷାତକାର ନେଇଥିଲେ ରୋହିତ । ଆଉ ଆରମ୍ଭରୁ ପନ୍ତଙ୍କ ନାମକୁ ମଜାଳିଆ ଢଙ୍ଗରେ ଋଷଭ ସନ୍ତ ବୋଲି କହିଛନ୍ତି ରୋହତ ଶର୍ମା ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 7, 2019, 8:54 PM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ଗସ୍ତର ଆରମ୍ଭରୁ ବିଜୟର ଧ୍ବଜା ଉଡାଇଛି ବିରାଟ ସେନା । 3ମ୍ୟାଚ ବିଶିଷ୍ଟ ଟି-20 ସିରିଜକୁ କ୍ଲିନ ସୁଇପ କରିଛି ଅତିଥି ଭାରତ । ଶେଷ ମ୍ୟାଚକୁ 7 ୱିକେଟରେ ଜିତିନେଇଛି ଅତିଥି ଦଳ । ତେବେ ପ୍ରତି ବିଜୟ ପରେ ବିସିସିଆଇ ଅଫିସିଆଲ୍ ଟିଭିରେ ଭାରତୀୟ ଖେଳାଳିଙ୍କ ସାକ୍ଷାତକାର ସାମ୍ନକୁ ଆସିଥିଏ । ଯାହାକୁ ଉପସ୍ଥାପନ କରନ୍ତି ରିଷ୍ଟ ସ୍ପିନର ୟୁଜିବେନ୍ଦ୍ର ଚହଳ । ମାତ୍ର ତାଙ୍କ ଅନୁପସ୍ଥିତିରେ ଉପ-ଅଧିନାୟକ ରୋହିତ ଏହି ଭାର ସମ୍ଭାଳିଛନ୍ତି ।

ଭିଡିଓ ସୌଜନ୍ୟ- ଟ୍ବିଟର @bbci

ମଙ୍ଗଳବାର ଟି-20 ସିରିଜ କ୍ଲିନ ସୁଇପ କଲା ପରେ ମ୍ୟାଚର ଶ୍ରେୟ ବନିଥିବା ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ସାକ୍ଷାତକାର ନେଇଥିଲେ ରୋହିତ । ଆଉ ଆରମ୍ଭରୁ ପନ୍ତଙ୍କ ନାମକୁ ମଜାଳିଆ ଢଙ୍ଗରେ ଋଷବ ସନ୍ତ ବୋଲି କହିଛନ୍ତି ରୋହତ ଶର୍ମା । ତେବେ ବିସିସିଆଇ ଟ୍ବିଟ କରିଥିବା ଏହି ଭିଡିଓଟିକୁ ଚହଳ ରି-ଟ୍ବିଟ କରି ଲେଖିଛନ୍ତି, "ମିସିଂ ମି ବିସିସିଆଇ ।"

ତେବେ ପନ୍ତ ଏହି ସାକ୍ଷାତକାରରେ କହିଛନ୍ତି, ସେ ରନ୍ ନ କରିପାରିଲେ ନିରାଶ ହୋଇଯାଆନ୍ତି । ଗତ ଦୁଇଟି ମ୍ୟାଚରେ ରନ୍ କରିପାରିନଥିଲେ ବୋଲି ନିରାଶ ହୋଇଯାଇଥିଲେ । ଏବେ କିନ୍ତୁ ଆତ୍ମସନ୍ତୋଷ ଅନୁଭବ କରୁଛନ୍ତି ।

ତେବେ ମଙ୍ଗଳବାର ମ୍ୟାଚରେ 42 ବଲରେ 65 ରନ୍ କରିଥିଲେ ରିଷଭ ପନ୍ତ । ତାଙ୍କର ଏହି ପାଳରେ 4ଟି ଚୌକା ଏବଂ 4ଟି ଛକା ସାମିଲ୍ ଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.