ETV Bharat / sports

ଆଶା ଅଛି ଭାରତୀୟ ଦଳକୁ କମବ୍ୟାକ କରିବି: ରବିନ ଉତ୍ଥପା

ଉତ୍ଥପା ଭାରତୀୟ ଦଳ ପାଇଁ ଅନ୍ତିମ ମ୍ୟାଚ ଜିମ୍ବାଓ୍ବେ ବିପକ୍ଷରେ 2015ରେ ଖେଳିଥିଲେ । ବର୍ତ୍ତମାନ ଆଇପିଏଲର 13ତମ ସିଜନ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି ।

author img

By

Published : Aug 24, 2020, 7:29 PM IST

ଆଶା ଅଛି ଭାରତୀୟ ଦଳକୁ କମବ୍ୟାକ କରିବି:ରବିନ ଉତ୍ଥପା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ ରବିନ ଉତ୍ଥପା ଭାରତୀୟ କ୍ରିକେଟ ଟିମକୁ କମବ୍ୟାକ କରିବାର ଆଶା ଉଦଜୀବିତ ଥିବାର କହିଛନ୍ତି । ସେ କହିଛନ୍ତି ଆଇପିଏଲର ଆଗାମୀ ସିଜନରେ ଭଲ ପ୍ରଦର୍ଶନ ଦ୍ବାରା ଜାତୀୟ ଦଳରେ ସାମିଲ ହେବାର ରାସ୍ତା ଖୋଲି ପାରେ ।

ଉତ୍ଥପା ଭାରତୀୟ ଦଳ ପାଇଁ ଅନ୍ତିମ ମ୍ୟାଚ ଜିମ୍ବାଓ୍ବେ ବିପକ୍ଷରେ 2015ରେ ଖେଳିଥିଲେ । ବର୍ତ୍ତମାନ ଆଇପିଏଲର 13ତମ ସିଜନ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି ।

ସୂଚନାଥାଉକି, ସେ ଟ୍ବିଟରରେ ନିଜର ପ୍ରଶଂସକଙ୍କ ଉତ୍ତର ଦେବା ଲାଗି ଭିଡିଓ ଟ୍ବିଟ କରି କହିଛନ୍ତି ଯେ, ମତେ ଲାଗୁଛି ଆଇପିଏଲରେ ଯଦି ଭଲ ଖେଳିବି ତେବେ କିଛି ଭଲ ଜିନିଷ ହେଇପାରେ ଓ ମତେ ଭାରତୀୟ ଦଳରେ ବି ସାମିଲ ହେବାର ରାସ୍ତା ଖୋଲି ପାରେ ।

ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଏପରି ଏକ ମଣିଷ ସର୍ବଦା ସକାରାତ୍ମକ ସ୍ଥିତିରେ ରହେ ଆଉ ଆଶାର କିରଣ ମତେ ମିଳି ବି ଯାଏ । ମୋର ଭରସା ଅଛି ଭଗବାନଙ୍କ କୃପାରୁ ମୁଁ ଭାରତୀୟ ଟିମରେ ସାମିଲ ହୋଇ ଦେଶକୁ ପ୍ରତିନିଧିତ୍ବ କରିବି ।

34ବର୍ଷୀୟ ଉତ୍ଥପା 2006ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ ମ୍ୟାଚ ଖେଳିଥିଲେ । ଭାରତ ପାଇଁ 46ଟି ଦିନିକିଆ, 13ଟି ଟି-20 ମ୍ୟାଚ ଖେଳିଛନ୍ତି । ଆଇପିଏଲରେ ସେ 177ମ୍ୟାଚ ଖେଳି ସାରିଲେଣି ଓ 4000ରୁ ଅଧିକ ରନ ସଂଗ୍ରହ ମଧ୍ୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.