ETV Bharat / sports

ଧୋନିଙ୍କୁ ଟପିଲେ ପନ୍ତ, ୱିକେଟ ପଛରେ କଲେ ନୂଆ ରେକର୍ଡ

author img

By

Published : Sep 2, 2019, 9:10 PM IST

ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ଟେଷ୍ଟ କ୍ରିକେଟରେ ୱିକେଟ କିପର ଭାବେ ଦ୍ରୁତ 50 ୱିକେଟ ଆଉଟ କରିବାର ରେକର୍ଡ, ପନ୍ତ ନିଜ ନାମରେ କରିଛନ୍ତି । ତେବେ ଏହା କରିବାରେ ପନ୍ତ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପି ଯାଇଛନ୍ତି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ଟେଷ୍ଟ କ୍ରିକେଟରେ ୱିକେଟ କିପର ଭାବେ ଦ୍ରୁତ 50 ୱିକେଟ ଆଉଟ କରିବାର ରେକର୍ଡ, ପନ୍ତ ନିଜ ନାମରେ କରିଛନ୍ତି । ତେବେ ଏହା କରିବାରେ ପନ୍ତ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପି ଯାଇଛନ୍ତି । ଧୋନିଙ୍କୁ 50 ୱିକେଟ ଆଉଟ କରିବାର ସଫଳତା 15ଟି ମ୍ୟାଚରେ ମିଳିଥିଲା ।

ପନ୍ତ ନିଜ ଟେଷ୍ଟ କ୍ୟାରିୟରର 11ତମ ଟେଷ୍ଟ ମ୍ୟାଚରେ ଏହି ସଫଳତା ପାଇଛନ୍ତି । ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ ଦଳର ମୁଖ୍ୟ ୱିକେଟ କିପର ଭାବେ ଚୟନ ହୋଇଥିଲେ ପନ୍ତ । ତେବେ ବ୍ୟାଟିଂରେ ବିଶେଷ ପ୍ରଦର୍ଶନ କରି ପାରନଥିବା ପନ୍ତ ୱିକେଟ କିପର ଭାବେ ଏକ ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ଇଣ୍ଡିଜ ବିପକ୍ଷ 2ୟ ଟେଷ୍ଟରେ ଇଶାନ୍ତ ଶର୍ମାଙ୍କ ବଲରେ ଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରାଗ ବ୍ରାଥୱେଟ ପନ୍ତଙ୍କ ହାତରେ ଧରାପଡିଥିଲେ । ଏହାପରେ ପନ୍ତଙ୍କ 50 ୱିକେଟ ଆଉଟ ପୂରଣ ହୋଇଥିଲା।

ପୂର୍ବରୁ 2018 ଡିସେମ୍ବରରେ ପନ୍ତଙ୍କ ନାମରେ ଗୋଟିଏ ମ୍ୟାଚରେ ସର୍ବାଧିକ (11)ଟି କ୍ୟାଚ ଧରିବାର ବିଶ୍ବ ରେକର୍ଡ ଯୋଡି ହୋଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ ଟେଷ୍ଟରେ ଏହି କରିସ୍ମା କରିଥିଲେ 21 ବର୍ଷିୟ ପନ୍ତ। ଏହି ନୂଆ ରେକର୍ଡ ଦ୍ବାରା ଇଂଲଣ୍ଡର ୱିକେଟ କିପର ଜାକ ରସେଲ ଓ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ସହ ସମକକ୍ଷ ହୋଇଥିଲେ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.