ETV Bharat / sports

ହାମିଲଟନ ଦିନିକିଆ: କ’ଣ କହୁଛି ରେକର୍ଡ... - ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି । ନଜର ପକାନ୍ତୁ ଏହି ମ୍ୟାଚର ବିଭିନ୍ନ ରେକର୍ଡ ବିଷୟରେ...

records from hamilton ODI
ହାମିଲଟନ ଦିନିକିଆ: କଣ କହୁଛି ରେକର୍ଡ....
author img

By

Published : Feb 5, 2020, 7:06 PM IST

ହାମିଲଟନ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି । ନଜର ପକାନ୍ତୁ ଏହି ମ୍ୟାଚର ବିଭିନ୍ନ ରେକର୍ଡ ବିଷୟରେ...

340ରୁ ଉର୍ଦ୍ଧ୍ବ ଟାର୍ଗେଟ ପିଛା କରି ଦ୍ବିତୀୟ ଥର ହାରିଲା ଭାରତ

ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆରେ ଭାରତ ଏକ ଅଲୋଡା ରେକର୍ଡ ସୃଷ୍ଟି କରିଛି । 340ରୁ ଊର୍ଦ୍ଧ୍ବ ରନ କରିଥିବା ବେଳେ ଭାରତ ଦ୍ବିତୀୟ ଥର ପାଇଁ ପରାଜୟ ବରଣ କରିଛି । ପୂର୍ବରୁ 1974 ମସିହାରୁ 2018 ପର୍ଯ୍ୟନ୍ତ 340ରୁ ଉର୍ଦ୍ଧ୍ବ ରନ କରି ଭାରତ କେବେ ହାରି ନଥିଲା । ହେଲେ 2019ରୁ ଏବେ ପର୍ଯ୍ୟନ୍ତ 340ରୁ ଅଧିକ ରନ କରିଥାଇ ମଧ୍ୟ 2 ଥର ପରାଜୟ ବରଣ କରିଛି ।

ଚତୁର୍ଥ ସ୍ଥାନରେ ଶତକ ମାରିବାରେ ଆୟାର ଦ୍ବିତୀୟ ଭାରତୀୟ

ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆରେ ଚତୁର୍ଥ ସ୍ଥାନରେ ଖେଳିବାକୁ ଆସି ଆୟାର ଶତକ ହାସଲ କରିଛନ୍ତି । ସେ ଦ୍ବିତୀୟ ଭାରତୀୟ ଖେଳାଳୀ ଭାବରେ ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ 1988 ମସିହାରେ ମହିନ୍ଦର ଅମରନାଥ ଚତୁର୍ଥ ସ୍ଥାନରେ ଆସି 102ରନର ଅପରାଜିତ ପାଳି ଖେଳିଥିଲେ ।

ନ୍ୟୁଜିଲାଣ୍ଡର ସର୍ବାଧିକ ମ୍ୟାନ ଅଫ ଦି ମ୍ୟାଚ ତାଲିକା, ଦ୍ବିତୀୟରେ ଟେଲର

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆରେ ରସ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଛନ୍ତି । ଏହା ସହ ସେ ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ବିତୀୟ ସର୍ବାଧିକ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିବା ତାଲିକାରେ ସ୍ଥାନ ପାଇଛନ୍ତି । ସେ ନ୍ୟୁଜିଲାଣ୍ଡ ପୂର୍ବତନ ଖେଳାଳୀ ନାଥନ ଆସଲେଙ୍କ ସହ ଯୁଗ୍ମ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ମାର୍ଟିନ ଗୁପ୍ଟିଲ 30ଟି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ପୂର୍ବତନ ଅଧିନାୟକ ଡାନିଏଲ ଭିଟ୍ଟୋରୀ 25ଟି ପାଇ ତୃତୀୟ ସ୍ଥାନ, 24ଟି ପାଇ ଫ୍ଲେମିଂ ଚତୁର୍ଥ ଓ କେନ 23ଟି ପୁରସ୍କାର ପାଇ ପଞ୍ଚମ ସ୍ଥାନରେ ରହିଛନ୍ତି ।

ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ପ୍ରଥମ ମ୍ୟାଚ ହାରିଛି ଭାରତ

ଗତ ଡିସେମ୍ବର 2019 ମସିହାରୁ ଭାରତ ଖେଳିଥିବା ତିନିଟି ସିରିଜର ପ୍ରଥମ ମ୍ୟାଚ ଭାରତ ହାରିଛି । ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ ଭାରତ ହାରିଥିବା ରେକର୍ଡ ରହିଛି ।

ନ୍ୟୁଜିଲାଣ୍ଡରେ ୱିକେଟ କିପର ଭାବେ ରାହୁଲଙ୍କ ସର୍ବାଧିକ ରନ

ନ୍ୟୁଜିଲାଣ୍ଡ ମାଟିରେ ଲୋକେଶ ରାହୁଲ ଭାରତୀୟ ଖେଳାଳୀ ଭାବେ ସର୍ବାଧିକ ରନ କରିଛନ୍ତି । ପୂର୍ବରୁ ମହେନ୍ଦ୍ର ସିଂ ଧୋନି 85 ରନ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.