ଆଇପିଏଲ: ଆରମ୍ଭ ପୂର୍ବରୁ ଆରସିବି-ଏସଆରଏଚ ଟ୍ବିଟର ୱାର - ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର
ପାଖଉଛି ବିଶ୍ବର ସର୍ବବୃହତ ଟି-20 ଲିଗ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)। ଟୁର୍ଣ୍ଣାମେଣ୍ଟ ଆରମ୍ଭକୁ ଗୋଟିଏ ମାସରୁ ଅଧିକ ସମୟ ଥିବାବେଳେ ଟ୍ବିଟରରେ ମୁହାଁମୁହିଁ ହୋଇଛନ୍ତି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଜର୍ସ ହାଇଦ୍ରାବାଦ ।
ହାଇଦ୍ରାବାଦ: ପାଖଉଛି ବିଶ୍ବର ସର୍ବବୃହତ ଟି-20 ଲିଗ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)। ମାର୍ଚ୍ଚ 29ରୁ ଆରମ୍ଭ ହେବ 2020 ଆଇପିଏଲର 13ତମ ସଂସ୍କରଣ । ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଚଳାଇଛନ୍ତି ।
ତେବେ ଏବେଠୁ ଉଷ୍ମ ହେଲାଣି କ୍ରିକେଟ ପାଣିପାଗ । ଟୁର୍ଣ୍ଣାମେଣ୍ଟ ଆରମ୍ଭକୁ ଗୋଟିଏ ମାସରୁ ଅଧିକ ସମୟ ଥିବାବେଳେ ଟ୍ବିଟରରେ ମୁହାଁମୁହିଁ ହୋଇଛନ୍ତି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନ ରାଇଜର୍ସ ହାଇଦ୍ରାବାଦ ।
-
Ee sala logo chaala bagundi! 👌
— SunRisers Hyderabad (@SunRisers) February 14, 2020 " class="align-text-top noRightClick twitterSection" data="
The #OrangeArmy is ready to #PlayBold yet again this season 😉🧡 https://t.co/43v0Fyq5U5 pic.twitter.com/vrbJanoa8y
">Ee sala logo chaala bagundi! 👌
— SunRisers Hyderabad (@SunRisers) February 14, 2020
The #OrangeArmy is ready to #PlayBold yet again this season 😉🧡 https://t.co/43v0Fyq5U5 pic.twitter.com/vrbJanoa8yEe sala logo chaala bagundi! 👌
— SunRisers Hyderabad (@SunRisers) February 14, 2020
The #OrangeArmy is ready to #PlayBold yet again this season 😉🧡 https://t.co/43v0Fyq5U5 pic.twitter.com/vrbJanoa8y
2020 ଆଇପିଏଲ ପୂର୍ବରୁ ନିଜର ଲୋଗୋ ପରିବର୍ତ୍ତନ କରିଛି ରେଡ ଲାୟନ ଟିମ ଆରସିବି । ବିରାଟ କୋହଲିଙ୍କ ନେତୃତ୍ବରେ ଚଳିତଥର ପ୍ରଥମ ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ । ଏନେଇ ଆରସିବି ପକ୍ଷରୁ ନୂଆ ଲୋଗୋ ସହ, ନୂଆ ଦଶନ୍ଧି, ନୂଆ ଆରସିବି, ନୂଆ ଲୋଗୋ ବୋଲି ଟ୍ବିଟ କରାଯାଇଥିଲା । ଏହାପରେ ତୁରନ୍ତ କଟାକ୍ଷ କରି ଟ୍ବିଟ କରିଥିଲା ଏସଆରଏଚ । 2 ବିସ୍ଫୋରକ ଓପନର ଡେଭିଡ ୱାର୍ଣ୍ଣର ଓ ଜନି ବେଆରଷ୍ଟୋଙ୍କ ଫଟୋ ସହ ଟ୍ବିଟ କରିଛି ସନରାଇଜର୍ସ ହାଇଦ୍ରାବାଦ।