ETV Bharat / sports

ମାସ୍କ ନ ପିନ୍ଧିବାକୁ ନେଇ ପୋଲିସଙ୍କ ସହ ଯୁକ୍ତି କଲେ ଏହି କ୍ରିକେଟରଙ୍କ ପତ୍ନୀ - Ravindra Jadeja's wife Rivaba

ରବିନ୍ଦ୍ର ଜାଡେଜା ନିଜେ କାର ଚଳାଉଥିବାବେଳେ ମାସ୍କ ନ ପିନ୍ଧି ତାଙ୍କ ପାଖରେ ବସିଥିଲେ ପତ୍ନୀ ରିଭାବା । ତେବେ ପୋଲିସ ଗାଡି ଅଟକାଇ ପଚାରିବାରୁ ରିଭାବା ଓଲଟି ଯୁକ୍ତି କରିଥିବା ରାଜକୋଟ ଡିସିପି କହିଛନ୍ତି ।

ମାସ୍କ ନ ପିନ୍ଧିବାକୁ ନେଇ ପୋଲିସ ଯୁକ୍ତି କଲେ ଏହି କ୍ରିକେଟରଙ୍କ ପତ୍ନୀ

author img

By

Published : Aug 11, 2020, 7:54 PM IST

ରାଜକୋଟ: କୋରୋନା କଟକଣା ଉଲ୍ଲଙ୍ଘନ କଲେ ରିଭାବା ଜାଡେଜା । ପୋଲିସ ନଜରକୁ ଆସିବାରୁ ଓଲଟି କଲେ ଯୁକ୍ତି । ପାଖରେ ମଧ୍ୟ ଥିଲେ କ୍ରିକେଟର ସ୍ବାମୀ । ସୋମବାର ଭାରତୀୟ କ୍ରିକେଟ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ପୁଣି ବିବାଦ ବିତରକୁ ଟାଣି ହୋଇ ଆସିଛନ୍ତି । ମାସ୍କ ପିନ୍ଧି ନଥିବା ନେଇ ଗୁଜୁରାଟ ରାଜକୋଟର ଜଣେ ପୋଲିସ କନେଷ୍ଟବଳ ତାଙ୍କୁ କାରଣ ପଚାରିବାରୁ ସେ ଓଲଟା ପୋଲିସ ସହ ଯୁକ୍ତି କରିଥିଲେ ।

ଗତକାଲି (ସୋମବାର) ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ରବିନ୍ଦ୍ର ଜାଡେଜା ନିଜେ କାର ଚଳାଉଥିବାବେଳେ ମାସ୍କ ନ ପିନ୍ଧି ତାଙ୍କ ପାଖରେ ବସିଥିଲେ ପତ୍ନୀ ରିଭାବା । ତେବେ ପୋଲିସ ଗାଡି ଅଟକାଇ ପଚାରିବାରୁ ରିଭାବା ଓଲଟି ଯୁକ୍ତି କରିଥିବା ରାଜକୋଟ ଡିସିପି କହିଛନ୍ତି ।

ତେବେ ଯୁକ୍ତିତର୍କ ପରେ କନେଷ୍ଟବଳ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅଧ ଘଣ୍ଟା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ହୋଇଯିବାରୁ ଡାକ୍ତର ତାଙ୍କୁ ଡିସଚାର୍ଜ କରି ଦେଇଥିଲେ । ଅନ୍ୟପଟେ ଏହି ଘଟଣାରେ ଥାନାରେ କୌଣସି ମାମଲା ରୁଜ୍ଜୁ ହୋଇ ନଥିବା ସୂଚନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.