ହାଇଦ୍ରାବାଦ: ଟିମ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସେମି ଫାଇନାଲ ମ୍ୟାଚରେ ତାଙ୍କର ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ରହିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ 59ବଲ୍ରେ 77ରନ୍ର ପାଳି ଖେଳିଥିଲେ । କିନ୍ତୁ ଏହି ମ୍ୟାଚରେ ଭାରତ ତା'ର ବିଜୟଲକ୍ଷ୍ୟର ଟାର୍ଗେଟ ରନର ଅତି ନିକଟରୁ ଅଲ୍ ଆଉଟ ହୋଇ ଯାଇଥିଲା ।
ତେବେ ଏହି ଭାରତର ପରାଜୟ ପରେ କ୍ରିକେଟର ରବୀନ୍ଦ୍ର ଜାଡେଜା ନିଜର ଟ୍ବିଟର ପେଜ୍ରେ ଏକ ପୋଷ୍ଟ ଅପଲୋଡ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ, ଖେଳ ମତେ ସମସ୍ତ ଜଟିଳ ପରିସ୍ଥିତି ପରେ ନିଜକୁ ସମ୍ଭାଳିବା ଓ କଦାପି ହାର ନ ମାନିବା ମତେ ଶିଖାଇଛି । ସମସ୍ତ ସମର୍ଥକଙ୍କୁ ସମର୍ଥନ ପାଇଁ ଧନ୍ୟବାଦ । ମୋତେ ଏପରି ପ୍ରେରିତ କରନ୍ତୁ ମୁଁ ଶେଷ ନିଶ୍ବାସ ଯାଏଁ ଖେଳିବି । ସମସ୍ତଙ୍କୁ ଭଲ ପାଇବା ଜଣାଉଛି ।
ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ