ETV Bharat / sports

350 ଟେଷ୍ଟ ୱିକେଟ ସହ ଅଶ୍ବିନଙ୍କ ରେକର୍ଡ

author img

By

Published : Oct 6, 2019, 6:31 PM IST

ଟିମ ଇଣ୍ଡିଆର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ବିନି ଟେଷ୍ଟ କ୍ରିକେଟରେ 350 ୱିକେଟ ହାସଲ କରିଛନ୍ତି । ତେବେ ଏହି ସଫଳତା ହାସଲ କରିବାରେ ଅଶ୍ବିନ ମହାନ କ୍ରିକେଟର ମୁଥୟା ମୂରଲିଧରନଙ୍କ ସହ ସମକକ୍ଷ ହୋଇଛନ୍ତି ।

ଫଟୋ ସୌଜନ୍ୟ: twitter@BCCI

ବିଶାଖାପାଟନମ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତକୁ ବଡ ବିଜୟ ମିଳିଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି । ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଅଶ୍ବିନଙ୍କୁ ପୁଣି ପୁରୁଣା ଅନ୍ଦାଜରେ ଦେଖିବାକୁ ମିଳିଥିଲା ।

ravichandran ashwin test-wickets
ଫଟୋ ସୌଜନ୍ୟ: twitter@BCCI

ନିଜ ସ୍ପିନ ଯାଦୁରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇଂନିସକୁ ଶୀଘ୍ର ସମାପ୍ତ କରିଦେଇଥିଲେ ଅଶ୍ବିନ । ଦ୍ବିତୀୟ ଇଂନିସରେ ଡିନ ଏଲଗାରଙ୍କୁ ଆଉଟ କରି, ଭାରତ ବିଜୟର ଶୁଭାରମ୍ଭ କରିଥିଲେ । ମ୍ୟାଚରେ ଅଶ୍ବିନି ମୋଟ 7ଟି ୱିକେଟ ଅକ୍ତିଆର କରିଥିଲେ । ଏଥିସହିତ ଟିମ ଇଣ୍ଡିଆର ଏହି ଭେଟେରାନ ସ୍ପିନର 27ତମ ପାଞ୍ଚ ୱିକେଟ ସଫଳତା ହାସଲ କରିଥିଲେ ।

ଭିଡିଓ ସୌଜନ୍ୟ: twitter@BCCI

ଅଶ୍ବିନି ଟେଷ୍ଟ କ୍ରକେଟ କ୍ୟାରିୟରରେ 350 ୱିକେଟ ହାସଲ କରିଛନ୍ତି । 66ଟି ଟେଷ୍ଟରେ ଅଶ୍ବିନ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ତେବେ ଏହି ସଫଳତା ହାସଲ କରିବାରେ ଅଶ୍ବିନ ମହାନ କ୍ରିକେଟର ମୁଥୟା ମୂରଲିଧରନଙ୍କ ସହ ସମକକ୍ଷ ହୋଇଛନ୍ତି । ମୂରଲିଧରନ ମଧ୍ୟ ସମାନ 66ଟି ମ୍ୟାଚରୁ 350 ଟେଷ୍ଟ ୱିକେଟ ପୁରା କରିଥିଲେ । 2010ରେ ଅନ୍ତଜାର୍ତିୟ କ୍ରିକେଟରୁ ଅବସର ନେଇଥିବା ମୂରଲିଧରନଙ୍କ ନାମରେ 800 ୱିକେଟ ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.