ETV Bharat / sports

2ୟ କ୍ବାର୍ଟର ଫାଇନାଲ: ଡ୍ରିମ୍ସରେ ଟିମ ଓଡିଶାର ପ୍ରଥମ ରଣଜୀ ଟ୍ରଫି ଡ୍ରିମ

ଆଜିଠୁ ରଣଜୀ ଟ୍ରଫିର କ୍ବାର୍ଟର ଲଢେଇ । କ୍ବାର୍ଟର ଫାଇନାଲର 2ୟ ମ୍ୟାଚରେ ବେଙ୍ଗଲକୁ ଭେଟୁଛି ଟିମ ଓଡିଶା ।

author img

By

Published : Feb 20, 2020, 7:26 AM IST

ranji-trophy-quarter-final-odisha-vs-bengel
2ୟ କ୍ବାର୍ଟର ଫାଇନାଲ: ଡ୍ରିମ୍ସରେ ଟିମ ଓଡିଶାର ପ୍ରଥମ ରଣଜୀ ଟ୍ରଫି ଡ୍ରିମ

କଟକ: ଆଜିଠୁ ରଣଜୀ ଟ୍ରଫିର କ୍ବାର୍ଟର ଲଢେଇ । କ୍ବାର୍ଟର ଫାଇନାଲର 2ୟ ମ୍ୟାଚରେ ବେଙ୍ଗଲକୁ ଭେଟୁଛି ଟିମ ଓଡିଶା । ତେବେ ସ୍ଥାନୀୟ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମ ରଣଜୀ ଟ୍ରଫି ଡ୍ରିମ ନେଇ ପଡିଆକୁ ଓହ୍ଲାଇବ ଘରୋଇ ଦଳ । ଦୁଇଟି ସିଜିନ ପରେ ପୁଣିଥରେ କ୍ବାର୍ଟର ଫାଇନାଲ ଖେଳୁଛି ଦଳ ।

ଶେଷଥର 2016-17 ସିଜିନରେ ଦଳ କ୍ବାର୍ଟରରେ ସ୍ଥାନ ପାଇଥିଲେ । ଯେଉଁଠି ଦଳ ଗୁଜରାଟକୁ ଭେଟିଥିଲା । ସ୍ପିଡଷ୍ଟାର ଜସପ୍ରୀତ ବୁମରାଙ୍କ ବୋଲିଂ ଆଟାକରେ ଘାଇଲା ହୋଇ ଘର ବାହୁଡା ହୋଇଥିଲା ଓଡିଶା । ଏହି ମ୍ୟାଚରେ ୫ଟି ୱିକେଟ ନେଇଥିଲେ ବୁମରା ।

ତେବେ ଚଳିତ ସିଜିନରେ ଦଳ ଦୁଇଟି ପରାଜୟ 3ଟି ଡ୍ର ଓ 5ଟି ବିଜୟ ସହ କ୍ବାର୍ଟରରେ ପ୍ରବେଶ କରିଛି। ପ୍ରାୟ ସବୁ ମ୍ୟାଚରେ ଦେଖିବାକୁ ମିଳିଥିଲା ଓଡ଼ିଶା ପେସରଙ୍କ ଜଲୱା । ବିରୋଧୀ ଦଳର ବ୍ୟାଟିଂ ଲାଇନ ଅପ୍ ଭାଙ୍ଗିଥିଲେ ଓଡିଆ ବୋଲର । ସୂର୍ଯ୍ୟକାନ୍ତ ପ୍ରଧାନ 9ଟି ମ୍ୟାଚରୁ ସର୍ବାଧିକ 35ଟି ୱିକେଟ ନେଇଥିବା ବେଳେ ରାଜେଶ ମହାନ୍ତି 8ଟି ମ୍ୟାଚରୁ 32ଟି, ବସନ୍ତ 8ଟି ମ୍ୟାଚରୁ 30ଟି ଏବଂ ଦେବବ୍ରତ ପ୍ରଧାନ 6ଟି ମ୍ୟାଚରୁ 22ଟି ୱିକେଟ୍ ହାସଲ କରିଛନ୍ତି । ସୂର୍ଯ୍ୟକାନ୍ତ ଏବଂ ଦେବବ୍ରତ ମଧ୍ୟ ବ୍ୟାଟିଂରେ କମାଲ କରିଛନ୍ତି । ସୂର୍ଯ୍ୟକାନ୍ତ 9ଟି ମ୍ୟାଚରୁ ଗୋଟିଏ ଅର୍ଦ୍ଧଶତକ ସହ 244 ରନ୍ କରିଥିବା ବେଳେ ଦେବବ୍ରତ 6ଟି ମ୍ୟାଚରୁ 2ଅର୍ଦ୍ଧଶତକ ସହ 181 ରନ୍ କରିଛନ୍ତି ।

ତେବେ ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା 4ଟି ମ୍ୟାଚରୁ ଘରୋଇ ଦଳ 3ଟି ମ୍ୟାଚ ଉପରେ କବଜା କରିଛି । ମାତ୍ର ଯଦି ବେଙ୍ଗଲ-ଓଡିଶାର ଟ୍ରାକ ରେକର୍ଡ ଦେଖିବା, ଦୁଇ ଦଳ ଭିତରରେ 50ଟି ମ୍ୟାଚ ଖେଳାଯାଇଛି । ଯେଉଁଠି ଓଡିଶା ମାତ୍ର ଦୁଇଟି ମ୍ୟାଚରେ ବିଜୟୀ ହୋଇଛି । ତେଣୁ ଆଶା ରହିଛି ଘରୋଇ ପରିବେଶର ଫାଇଦା ଉଠାଇ ଟିମକୁ ସହୟତା କରିବେ ଓଡିଆ ବୋଲର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.