ETV Bharat / sports

ରଣଜୀ ଟ୍ରଫି: ବିଜୟ ଦ୍ବାରରେ ଓଡିଶା, ଶେଷ ଦିନରେ 32 ରନ ଆବଶ୍ୟକ - Haryana vs Odisha

ମ୍ୟାଚରେ ଆଉ ଗୋଟିଏ ଦିନ ବାକି ଥିବା ବେଳେ ବିଜୟ ପାଇଁ 3 ୱିକେଟ ହାତରେ ଥିବାବେଳେ 32ରନ ଆବଶ୍ୟକ କରୁଛି ଟିମ ଓଡିଶା । କ୍ରିଜରେ ଅପରାଜିତ ଅଛନ୍ତି ରାଜେଶ୍‌ ଦୁପେର(29) ଓ ଅଭିଜ୍ଞ ବୋଲର ରାଜେଶ ମହାନ୍ତି(4) ।

ranji-trophy-haryana-vs-odisha-odisha-need-32-runs-to-win-at-last-day-of-match
ରଣଜୀ ଟ୍ରଫି
author img

By

Published : Jan 13, 2020, 7:31 PM IST

ରୋହତକ୍‌: ରୋମାଞ୍ଚକର ସ୍ଥିତିରେ ଓଡିଶା-ହରିୟାଣା ରଣଜୀ ମୁକାବିଲା । ଲଗାତାର 4ର୍ଥ ବିଜୟ ଆଡକୁ ଅଗ୍ରସର ହେଉଛି ଭ୍ରମଣକାରୀ ଟିମ । ମ୍ୟାଚରେ ଆଉ ଗୋଟିଏ ଦିନ ବାକି ଥିବା ବେଳେ ବିଜୟ ପାଇଁ 3 ୱିକେଟ ହାତରେ ଥିବାବେଳେ 32ରନ ଆବଶ୍ୟକ କରୁଛି ଟିମ ଓଡିଶା । କ୍ରିଜରେ ଅପରାଜିତ ଅଛନ୍ତି ରାଜେଶ୍‌ ଦୁପେର(29) ଓ ଅଭିଜ୍ଞ ବୋଲର ରାଜେଶ ମହାନ୍ତି(4) ।

ତେବେ 147/7ରେ ଓଡିଶା 2ୟ ପାଳି ଜାରି ରଖିଥିବା ବେଳେ 3ୟ ଦିନ ଖେଳରେ ଆଲୋକ କମ ହେବାରୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ଏଥିସହ ସମୟ ସମାପ୍ତ ହୋଇଥିବାରୁ 3ୟ ଦିନ ଖେଳ ମଧ୍ୟ ଶେଷ ହୋଇସାରିଛି । ଫଳରେ ଓଡିଶା ହାତରେ ବାକି ରହିଛି ଆଉ ଗୋଟିଏ ଦିନ । ତାହା ବି ହରିୟାଣାର ପାଣିପାଗ ଉପରେ ନିର୍ଭର କରୁଛି । ଯଦି ଆସନ୍ତାକାଲି ମ୍ୟାଚ ସମ୍ଭବ ହୋଇ ନପାରେ । ତେବେ ଓଡିଶାର ପଞ୍ଚମ ରାଉଣ୍ଡ ମ୍ୟାଚ ମଧ୍ୟ ଡ୍ର ରହିବ । ଉଲ୍ଲେଖଥାଉ କି, ଚଳିତ ସିଜିନରେ ଓଡିଶା 3ଟି ବିଜୟ ଓ ଗୋଟିଏ ଡ୍ର ସହ ଗ୍ରୁପ-ସି ର ଟପ୍ପର ରହିଛି ।

ତେବେ ଦୃଢ ବ୍ୟାଟିଂ ବଳରେ ଓଡିଶା ସାମ୍ନାରେ 179 ରନର ବିଜୟ ଲକ୍ଷ୍ୟ ରଖିଥିଲା ଘରୋଇ ହରିୟାଣା ଦଳ । ପ୍ରଥମ ବିରତି ସୁଦ୍ଧା ଓଡିଶା 136/7 କରିପାରିଥିଲା ଭ୍ରମଣକାରୀ ଦଳ । ଓଡିଶା ପକ୍ଷରୁ ଗୋପିନ୍ଦ ପୋଦ୍ଦାର ସର୍ବାଧିକ 30 ରନ କରି ଆଉଟ ହୋଇଥିଲେ । ପରେ ସୁଜିତ ଲେଙ୍କା (28) ଓ ସାନ୍ତନୁ ମିଶ୍ର (19) କରି ଆଉଟ ହୋଇଛନ୍ତି ।

ଓଡିଶା ପ୍ରଥମ ଇଂନିସରେ 160 ରନ କରିଥିଲା । ହରିୟାଣା ପ୍ରଥମ ଇଂନିସରେ 90 ଓ 2ୟ ଇଂନିସରେ 248 ରନ କରିଥିଲା । ଫଳରେ ଓଡିଶା ଆଗରେ 179 ରନର ବିଜୟ ଲକ୍ଷ୍ୟ ରହିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.